ସିବିଆଇ ସ୍କାନରରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି: ଢେଙ୍କାନାଳ, ଯାଜପୁର ସମେତ ବିଭିନ୍ନ ସ୍ଥାନରେ ଚଢଉ
ବିଆଇ ସ୍କାନରରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୭୬ଟି ସ୍ଥାନରେ ଚଢାଉ କରୁଛି ସିବିଆଇ । ଓଡ଼ିଶାରେ ମଧ୍ୟ ଢେଙ୍କାନାଳ ଏବଂ ଯାଜପୁର ଓ ଭଦ୍ରକରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଉଛି । ମୋଟ୍ ୭୬ଟି ସ୍ଥାନରେ ସିବିଆଇ ଚଢ଼ାଉ କରିବା
ଭୁବନେଶ୍ୱର: ସିବିଆଇ ସ୍କାନରରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୭୬ଟି ସ୍ଥାନରେ ଚଢାଉ କରୁଛି ସିବିଆଇ । ଓଡ଼ିଶାରେ ମଧ୍ୟ ଢେଙ୍କାନାଳ ଏବଂ ଯାଜପୁର ଓ ଭଦ୍ରକରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଉଛି । ମୋଟ୍ ୭୬ଟି ସ୍ଥାନରେ ସିବିଆଇ ଚଢ଼ାଉ କରିବା ସହ ୨୩ଟି ମାମଲା କରି ୮୩ ଜଣଙ୍କୁ ଅଭିଯୁକ୍ତ କରିଛି ।

ବିଶେଷ କରି ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗରେ ଏହି ମାମଲା କରାଯାଇଥିଲା । ଆନ୍ଧ୍ର ପ୍ରଦେଶ, ଉତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଂଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ଏହି ଚଢାଉ ଚାଲିଛି ।
ତେବେ ଢେଙ୍କାନାଳରେ ସିବିଆଇ ଚଢାଉ ବେଳେ ହଇରାଣ ହରକତ ହୋଇଛି । ଚଢାଉ କରିବାକୁ ଆସିଥିବା ଅଧିକାରୀଙ୍କୁ ଅଟକ ରଖିଲେ ଲୋକେ । ସ୍ଥାନୀୟ ଲୋକ ସିବିଆଇ ଅଫିସରଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଢେଙ୍କାନାଳରେ ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ସାଥିରେ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି ।
ଜୁବୁଲିଟାଉନ କଲୋନୀକୁ ସିବିଆଇ ଟିମର ୬ ଜଣ ଅଧିକାରୀ ପଚରାଉଚରା ପାଇଁ ଆସିଥିଲେ । ମିଥୁନ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବନ୍ଦ କରି ଦିନ ପ୍ରାୟ ୨ଟା ଯାଏଁ ପଚରାଉଚରା କରିଥିଲେ । ଆଉ ଏଥିରେ ତାତିଥିଲେ ଲୋକେ । ପୁଲିସ ମିଥୁନଙ୍କୁ ଥାନାକୁ ଆଣିବାବେଳେ ଉତ୍ୟକ୍ତ ଲୋକେ ଠେଙ୍ଗାବାଡି ଧରି ସିବିଆଇ ଟିମକୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳେ ପୋଲିସ ପହଞ୍ଚି ସ୍ଥିକୁ ଆୟତ୍ତ କରିଥିଲା । ପରେ ସୁରେନ୍ଦ୍ର ନାୟକକୁ ଗିରଫ କରିଛି ସିବିଆଇ । ଗିରଫ ସୁରେନ୍ଦ୍ରଙ୍କୁ ସିବିଆଇ ଟିମ୍ ଦିଲ୍ଲୀ ନେଇଯିବ । ସିବିଆଇ ଟିମ୍ ସୁରେନ୍ଦ୍ରର ଫୋନ୍ ଜବତ କରିଥିବା ବେଳେ ତା'ଠାରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ ।
ପ୍ରାୟ ୨ ମାସ ହେବ ଅଶ୍ଲୀଳ ଭିଡିଓ ଗ୍ରୁପରେ ଜଡ଼ିତ ଥିଲା ସୁରେନ୍ଦ୍ର । ମୋଟା ଟଙ୍କା ଲୋଭରେ ଅଶ୍ଲୀଳ ଭିଡିଓକୁ ହ୍ୱାଟ୍ସଆପ୍ ଓ ଟେଲିଗ୍ରାମ ଗ୍ରୁପରେ ଛାଡ଼ୁଥିଲେ ସେ । ପ୍ରତି ବଦଳରେ ଆକାଉଣ୍ଟକୁ ଆସୁଥିଲା ଟଙ୍କା । ଦେଶୀ ଏମଏମଏସ୍ ନାମକ ଗ୍ରୁପରେ ଅଶ୍ଲୀଳ ଭିଡିଓ ଛଡ଼ା ଯାଉଥିବା ବେଳେ ଜେରା ବେଳେ ସିବିଆଇକୁ କହିଛି ସୁରେନ୍ଦ୍ର । ଅଶ୍ଲୀଳ ଭିଡିଓ ପାଇଁ ସୁରେନ୍ଦ୍ରକୁ ୨୧ ଡଲାର ବା ଭାରତୀୟ ମୁଦ୍ରାରେ ୧୭୦୦ ଟଙ୍କା ସୁରେନ୍ଦ୍ରର ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି ।












Click it and Unblock the Notifications