ଭୁଶୁଡୁଛି ଲାଲ ସଂଗଠନ : 10 ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ, ଜଣଙ୍କ ନାଁରେ ଥିଲା 8 ଲକ୍ଷର ପୁରଷ୍କାର

ମାଓ ସଂଗଠନରୁ ଅତିଷ୍ଠ ହୋଇ ଆଜି ଆତ୍ମସମର୍ପଣ କରିଛନ୍ତି 10 ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ।

ଛତିଶଗଡ : ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଦିନକୁ ଦିନ ଭୁଶୁଡୁଛି ଲାଲ ସଂଗଠନ । ମାଓ ସଂଗଠନରୁ ଅତିଷ୍ଠ ହୋଇ ଆଜି ଆତ୍ମସମର୍ପଣ କରିଛନ୍ତି 10 ଜଣ ଦୁର୍ଦ୍ଦାନ୍ତ ମାଓବାଦୀ । ଛତିଶଗଡ ଦାନ୍ତେବଡା ଜିଲ୍ଲା ପୁଲିସ ନିଟକରେ ଆତ୍ମସମର୍ପଣ କରିଛନ୍ତି ଏହି 10 ଜଣ ମାଓବାଦୀ । ସବୁ ଠାରୁ ବଡ କଥା ହେଉଛି ଏହି ମାଓବାଦୀଙ୍କ ମଧ୍ୟରୁ ବୋମାନ ସୋରୀଙ୍କ ନାଁରେ ଥିଲା 8 ଲକ୍ଷ ଟଙ୍କାର ପୁରଷ୍କାର ।

କିଏ ଏହି ବୋମାନ

ଛତିଶଗଡ ମାଓବାଦୀ

ବୋମାନ ମାଓ ସଂଗଠନର ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଥିଲା । 2007ରେ ପାମୁଲଓ୍ୱା ଓ 2008ରେ ତାଡେକେଲ୍ ବିସ୍ଫୋରଣରେ ବୋମାନର ସଂପୃକ୍ତି ଥିଲା । ସେହିପରି ବିଜାପୁର ଜିଲ୍ଲାରେ ଅନେକ ଯବାନମାନଙ୍କୁ ଟାର୍ଗେଟ କରି ବିସ୍ଫୋରକ ଖଞ୍ଜିଥିଲା ବୋମାନ । ଏହାବାଦ୍ ଗତକିଛି ମାସ ଧରି ଗଙ୍ଗାଲୁର ଅଞ୍ଚଳରେ 14 ଜଣ ନାଗରିକଙ୍କୁ ହତ୍ୟା କରିଥିଲା ବୋମାନ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଏସପି ଅଭିଷେକ ପଲ୍ଲବ ।

ବୋମାନ ବାଦ୍ ଆତ୍ମସମର୍ପଣ କରିଥିବା ନନ୍ଦରାମ ସୋରି ନାଁରେ ମଧ୍ୟ ଏକାଧିକ ମାମଲା ରହିଥିବା ସେ କହିଛନ୍ତି । 2008ରେ ଭାରତୀୟ ବାୟୁ ସେନା ହେଲିକ୍ଟପ ଫାଇରିଙ୍ଗରେ ନନ୍ଦରାମର ସଂପୃକ୍ତି ରହିଥିବା କହିଛନ୍ତି ଅଭିଷେକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+