ଦୁଷ୍କର୍ମ ନ କରି ପାରିବାରୁ ପୀଡିତାଙ୍କ ଗଳା କାଟି ହତ୍ୟା କଲା ଯୌନ ପିପାସୁ
ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପଞ୍ଜାବର ଚଣ୍ଡୀଗଡଠାରେ । ଆଉ ଏହି ଜଘନ୍ୟ କାଣ୍ଡ ଭିଆଇଛି ପଡୋଶୀ ଘରେ ରହୁଥିବା ଯୌନ ପିପାସୁ ଜଣେ ଯୁବକ ।
ଚଣ୍ଡୀଗଡ଼: ଦୁଷ୍କର୍ମ କରି ପାରିଲାନି ବୋଲି ମାରି ଦେଲା । ପୀଡିତାଙ୍କ ଗଳାକୁ ଛୁରୀରେ କାଟି ଫେରାର ହୋଇଗଲା ଦୁର୍ବୃତ୍ତ । ଝରକା ଫାଟକରେ ଦେଖୁଥିଲେ ମା । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପଞ୍ଜାବର ଚଣ୍ଡୀଗଡଠାରେ । ଆଉ ଏହି ଜଘନ୍ୟ କାଣ୍ଡ ଭିଆଇଛି ପଡୋଶୀ ଘରେ ରହୁଥିବା ଯୌନ ପିପାସୁ ଜଣେ ଯୁବକ ।

ଦୁନ୍ନେକ ଗାଁରେ ଭଡା ଘରେ ରହୁଥିଲେ ବ୍ୟୁଟି ପାର୍ଲର ଚାଳିକା ଅମନଦୀପ କୌର । ମୃତକଙ୍କ ମା' ଙ୍କ ସୂଚନାନୁଯାଇ, ତାଙ୍କ ଝିଅ ଅମନଦୀପ କୌରଙ୍କର ବିବାହ ପାଖାପାଖି ୬ବର୍ଷ ପୂର୍ବରୁ ହୋଇଥିଲା। ତାଙ୍କର ଏକ ଚାରି ବର୍ଷର ଝିଅ । ପାଖାପାଖି ୬ମାସ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଯାଇଥିଲା ଯାହାଫଳରେ ସେ ତାଙ୍କ ମା' ଙ୍କ ପାଖରେ ରହୁଥିଲେ। କିଛି ମାସ ତଳେ ଅମନଦୀପ କୌର ମୋଗାର ପଟ୍ଟି ଗଳିରେ ଏକ ପାର୍ଲର ଖୋଲିଥିଲେ । ତେଣୁ ସେ ଦୁନ୍ନେକ ଗାଁରେ ମୁଲ୍ଖରାଜଙ୍କ ଘରେ ଭଡା ନେଇ ରହୁଥିଲେ। ସେଠାରେ ଅନ୍ୟ ଲୋକ ମାନେ ମଧ୍ୟ ରହୁଥିଲେ।
ଗତ ରାତିରେ ସେ ତାଙ୍କ ଝିଅଙ୍କୁ ଦେଖା କରିବାକୁ ଆସିଥିଲେ। ପାଖାପାଖି ଭୋର ୪ଟା ସମୟରେ ସେ ବାଥରୁମ୍ ଯାଇ ଫେରି ଦେଖିଲାବେଳକୁ ତାଙ୍କ ଝିଅଙ୍କର ରୁମ୍ ଭିତର ପଟରୁ ବନ୍ଦ ଥିଲା ଏବଂ ଭିତରୁ ଚିତ୍କାର କରିବାର ଶବ୍ଦ ଶୁଭୁଥିଲା। ସେ ଭିତରକୁ ଚାହିଁ ଦେଖିଲେ, ଜଣେ ଯୁବକ ଅମନଦୀପଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା ଏବଂ ଅମନଦୀପ ତାହାକୁ ବିରୋଧ କରିବାରୁ ପରେ ଯୁବକ ଜଣଙ୍କ ଏକ ଛୁରୀରେ ଅମନଦୀପଙ୍କ ଗଳାକାଟି ଫେରାର ହୋଇଯାଇଥିଲା। ସେ ଚିଲାଇବାରୁ ଲୋକମାନେ ସେଠାରେ ଜମା ହୋଇଯାଇଥିଲେ। ପରେ ତାଙ୍କୁ ଜଣାପଡିଥିଲା ଅଭିଯୁକ୍ତ ଜଣଙ୍କ ହେଉଛି ସଞ୍ଜୀତ ରାମ ।
ତେବେ ମୋଗା ସିଟି ଥାନାର ପୋଲିସ ଅଭିଯୁକ୍ତ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ତାକୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସର ସୂଚନା ଅନୁସାରେ ସଞ୍ଜୀତ ରାମକୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ।












Click it and Unblock the Notifications