ଗଣଦୁଷ୍କର୍ମକାରୀଙ୍କୁ ମୁକ୍ତ କଲେ ସରକାର
ଗୁଜୁରାଟ ଦଙ୍ଗା ଓ ବିଲକିସ୍ ବାନୋଙ୍କ ମାମଲାରେ ମଧ୍ୟ ଏହି ଯୋଜନା ଲାଗୁ ହେବା କଥା ନୁହେଁ। କିନ୍ତୁ ଏଟାରେ ଘଟିଛି ବ୍ୟତିକ୍ରମ । ଏହି ଘଟଣାରେ ସଂପୃକ୍ତ ପ୍ରାୟ 11 ଜଣ ଅଭିଯୁକ୍ତଙ୍କୁ ମୁକ୍ତି ନେଇ ନିର୍ଦ୍ଦେଶ ଦିଆଯାଇଛି।
ଅହମଦାବାଦ: କେନ୍ଦ୍ର ଓ ଗୁଜରାଟରେ ବିଜେପି ସରକାର ଚଳାଉଛି। କେନ୍ଦ୍ର ସରକାର ସବୁବେଳେ ଦୁଷ୍କର୍ମକାରୀଙ୍କ ମୁକ୍ତି ବିରୋଧରେ ରହିଥାନ୍ତି। କିନ୍ତୁ ଗୁଜରାଟର ବିଜେପି ସରକାରଙ୍କ କ୍ଷେତ୍ରରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି।

ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରମାନେ ହୋଇଥିବା ଯୋଜନା ଅନୁସାରେ କିଛି କଏଦୀଙ୍କୁ ମୁକ୍ତ କରିପାରିବେ। ହେଲେ ଦୁଷ୍କର୍ମକାରୀଙ୍କୁ ଏହି ଯୋଜନାର ଫାଇଦା ମିଳିବ ନାହିଁ ବୋଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପୂର୍ବରୁ କହିଥିଲେ। ଅର୍ଥାତ ଏହାର ଅର୍ଥ ଗୁଜୁରାଟ ଦଙ୍ଗା ଓ ବିଲକିସ୍ ବାନୋଙ୍କ ମାମଲାରେ ମଧ୍ୟ ଏହି ଯୋଜନା ଲାଗୁ ହେବା କଥା ନୁହେଁ। କିନ୍ତୁ ଏଟାରେ ଘଟିଛି ବ୍ୟତିକ୍ରମ । ଏହି ଘଟଣାରେ ସଂପୃକ୍ତ ପ୍ରାୟ 11 ଜଣ ଅଭିଯୁକ୍ତଙ୍କୁ ମୁକ୍ତି ନେଇ ନିର୍ଦ୍ଦେଶ ଦିଆଯାଇଛି।
ଏହି ଘଟଣାରେ ସଂପୃକ୍ତ 11 ଜଣଙ୍କୁ ଜେଲରୁ ଖଲାସ କରିବା ପାଇଁ ଗୁଜରାଟ ସରକାର ମେ' ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଜସ୍ୱ ଗାଇଡଲାଇନ ଜାରି କରିଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଜୀବନ କାଟୁଥିବା କଏଦୀଙ୍କ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଯୋଜନା ଲାଗୁ କରିଥିଲେ।
ତେବେ ଏହି ଅଭିଯୁକ୍ତଙ୍କ ମୁକ୍ତି ପରେ ବିଲକିସ ବନୋଙ୍କ ସ୍ବାମୀ ନିଜର ମତାମତ ରଖି କହିଛନ୍ତି, ''ବର୍ତ୍ତମାନ ଆମେ ଶାନ୍ତି ଚାହୁଁଛୁ, ମୋର ଝିଅର ଆତ୍ମା ଶାନ୍ତି ପାଉ। ଏହାଛଡା ଆଉ କିଛି କହିବାକୁ ଚାହୁଁ ନାହିଁ। ଦଙ୍ଗାରେ ପ୍ରାଣ ହରାଇଥିବା ଅନ୍ୟ ଲୋକଙ୍କ କଥା ଏବେବି ମନରେ ରହିଛି । ଏହାରି ଭିତରେ 20 ବର୍ଷ ବିତି ଗଲାଣି । ପୁଅ 20 ବର୍ଷର ହୋଇ ଗଲାଣି । ସମସ୍ତେ ନିଜର ଜୀବନ ବିତାଉଛନ୍ତି । ଏବେ ବି ସେଦିନର କଥା ମନେପଡେ। ''












Click it and Unblock the Notifications