ମାନସ ସ୍ଵାଇଁ ମର୍ଡର: ସତ ମାନିଲେ ନିରଞ୍ଜନ ଶେଠୀ
କଟକ: ରାଜ୍ୟର ବହୁଚର୍ଚିତ ମର୍ଡର ଡ୍ରାମା କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ଅନ୍ଯତମ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ଶେଠୀ ନିଜ ଅପରାଧ ସ୍ଵୀକାର କରିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସମେତ ୪ ଜଣଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ ରବିବାର ସେମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରିବ କ୍ରାଇମ ବ୍ରାଞ୍ଚ। ଆଜି ରିମାଣ୍ଡର ଶେଷ ଦିନରେ ନିରଞ୍ଜନ ସେଠୀ ହତ୍ୟାକାଣ୍ଡକୁ ସ୍ବୀକାର କରିଛନ୍ତି। ମାନସଙ୍କୁ ପିଟିପିଟି ହତ୍ୟା କରିବାରେ ବି ସେ ନିଜେ ସମ୍ପୃକ୍ତ ଥିବା ସ୍ପଷ୍ଟ ଭାବେ କ୍ରାଇମବ୍ରାଞ୍ଚକୁ ଜେରା ସମୟରେ କହିଛି।

ନିରଞ୍ଜନ କିଚିବର୍ଷ ଧରି ଶର୍ମିଷ୍ଠାର ସୁନ୍ଦରପଦା-ଜଟଣୀ ରାସ୍ତାରେ ଥିବା ଦୟାଲ ଆଶ୍ରମକୁ ଯିବାଆସିବା କରୁଥିଲେ। ସୁନ୍ଦରପଦାରେ ଥିବା ଶର୍ମିଷ୍ଠାର ସମ୍ପୂର୍ଣ୍ଣା ୱେବପୋର୍ଟାଲ୍ ଅଫିସକୁ ବି ଯିବା ଆସିବା ଲାଗି ରହୁଥିଲା। ଫେବ୍ରୁଆରି ୭ ତାରିଖରେ ମାନସ ସ୍ବାଇଁଙ୍କୁ ଶର୍ମିଷ୍ଠା, ରଞ୍ଜନ ନାୟକ ଓରଫ ରାଜ, ଭାଗ୍ୟଧର ନାୟକ, ଝୁନା ଭୋଇ, ବିବେକ ନାୟକ ଓରଫ ନିଲୁ ଏକ କାରରେ ଚାନ୍ଦବାଲି ପଳାସପୁରରୁ ଆଣି ଭୁବନେଶ୍ବରରେ ପହଞ୍ଚିବା ପରେ ସେଦିନ ରାତି ପ୍ରାୟ ୭ଟା ବେଳେ ପ୍ରଥମେ ଦୟାଲ ଆଶ୍ରମକୁ ନେଲେ। ପରେ ରାତି ପ୍ରାୟ ୭ଟା ବେଳେ ସମ୍ପୂର୍ଣ୍ଣା ୱେବପୋର୍ଟାଲ ଅଫିସକୁ ଆଣିଥିଲେ। ସେଠାରେ ନିରଞ୍ଜନ ସେଠୀ ପହଞ୍ଚିଥିଲା। ମାନସଙ୍କୁ ଅଫିସରେ ମାଡ ମରାଯାଇଥିବା ବେଳେ ଏଥିରେ ନିରଞ୍ଜନଙ୍କ ସମପୃକ୍ତି ରହିଥିଲା।
ଏହି ସମୟରେ ଅଫିସରେ ଶର୍ମିଷ୍ଠା ସମେତ ଝୁନା, ଝୁନାର ସ୍ବାମୀ, ରାଜ୍, କମ୍ପ୍ୟୁଟର ଚଲାଉଥିବା ଜଣେ ବ୍ୟକ୍ତି ଅଫିସରେ ଉପସ୍ଥିତ ଥିବା ନିରଞ୍ଜନ ସ୍ବୀକାର କରିଛି। ରାତି ପ୍ରାୟ ୧୦ଟା ଯାଏ ମାନସଙ୍କୁ ନିରଞ୍ଜନ ନିର୍ଦ୍ଦୟ ଭାବେ ପିଟି ଚାଲିଥିଲା। ମାର୍ଚ୍ଚ ୮ ତାରିଖରେ ଶର୍ମିଷ୍ଠା ପ୍ରଶାନ୍ତିବିହାରରେ ଥିବା ନିରଞ୍ଜନର ଘରକୁ ଆସିଥିଲା। ନିରଞ୍ଜନ ସେଦିନ ଶର୍ମିଷ୍ଠାକୁ ୧୦ ହଜାର ଟଙ୍କା ଦେବା ସହିତ କାଳିଆପାଣି ଶାଶୁ ଘରକୁ ଯିବାକୁ ନିରଞ୍ଜନ ହିଁ ଯୋଗାଡ଼ କରି ଦେଇଥିବା ଆଜି କ୍ରାଇମବ୍ରାଞ୍ଚ ସାମନାରେ ସ୍ବୀକାର କରିଛି। ଅନ୍ୟପଟେ ଆଜି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ଏକ କ୍ରାଇମବ୍ରାଞ୍ଚ ଟିମ୍ ଉଭୟ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ଧରି ସମ୍ପୂର୍ଣ୍ଣା ୱେବପୋର୍ଟାଲକୁ ଯାଇଥିଲେ।












Click it and Unblock the Notifications