ବିଭତ୍ସ ହତ୍ୟାକାଣ୍ଡ: ହୋଟେଲ ମାଲିକଙ୍କ ମୁଣ୍ଡକୁ ଚେଛି ମାରିଦେଲେ ଦୁର୍ବୃତ୍ତ !
ଏପରି ଅଭାବନୀୟ ଘଟଣା ଗତ ରାତିରେ ରାଉରକେଲାରେ ଘଟିଛି। ମୃତକ ହେଲେ ସହରର ଜଣାଶୁଣା ବସେରା ହୋଟେଲ ମାଲିକ ସଜନ ମିତ୍ତଲ। ତେବେ ଘଟଣା ପଛର କାରଣ ଖୋଜୁଛି ପୋଲିସ ।
ରାଉରକେଲା: ଷ୍ଟିଲ ସିଟିରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ଘରକୁ ଫେରୁଥିବା ବେଳେ ଅଧା ବାଟରେ ମୁଣ୍ଡକୁ ଛେଚି ହୋଟେଲ ମାଲିକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଗତ ରାତିରେ ରାଉରକେଲାରେ ଘଟିଛି। ମୃତକ ହେଲେ ସହରର ଜଣାଶୁଣା ବସେରା ହୋଟେଲ ମାଲିକ ସଜନ ମିତ୍ତଲ। ତେବେ ଘଟଣା ପଛର କାରଣ ଖୋଜୁଛି ପୋଲିସ ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ କାମ ସାରି ସଜନ ଘରକୁ ଫେରୁଥିଲେ। ତେବେ ତାଙ୍କ ଘରଠାରୁ ଅଳ୍ପ କିଛି ମିଟର ଦୂରେର ଥିବା ଏକ ଛକ ପାଖରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ସେଠାରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଇ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ IGH ପଠାଇଥିଲେ । ରାତି ପ୍ରାୟ ୩ଟାରେ ତାଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଚଳାଇଛନ୍ତି । ତେବେ ସଜ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି ନା ଧାରୁଆ ଅସ୍ତ୍ରରେ ଆକ୍ରମଣ, ତାହା ଏବେ ଜଣାପଡି ନାହିଁ ।












Click it and Unblock the Notifications