ବୁଲି ବାଇ ଆପ୍ ମାମଲା, ଓଡ଼ିଶାରୁ ଜଣେ ଗିରଫ
ବହୁ ଚର୍ଚ୍ଚିତ ବୁଲି ବାଇ (Bulli Bai) ଆପ୍ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ଓଡ଼ିଶାର ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବୁଲି ବାଇ (Bulli Bai) ଆପ୍ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ତେବେ ଏହି ମାମଲାରେ ଏବେ ଗିରଫ ଦାରି ମୋଟ ୫କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ମୁମ୍ବାଇ ପୋଲିସ ବିଶାଲ ଝା, ଶ୍ୱେତା ସିଂ, ମୟଙ୍କ ରାଓ୍ୱତ ଓ ନୀରଜ ବିଷ୍ଣୋଇଙ୍କୁ ଏହି ମାମଲାରେ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଥିଲା ବୁଲି ବାଇ ('Bulli Bai' )ଆପ୍ । କିଛି ଅସାମାଜିକ ବ୍ୟକ୍ତି ବୁଲି ବାଇ ଆପରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଉଥିଲେ । ମାନସିକ ବିକୃତିକୁ ଅନଲାଇନ୍ ପ୍ଲାଟଫର୍ମରେ ଜାହିର କରୁଥିବାରୁ ବିବାଦ ଉପୁଜିଥିଲା । ଏହି ଆପରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ଟାର୍ଗେଟ କରାଯିବା ସହ ସେମାନଙ୍କ ବିରୋଧରେ ଅଶ୍ଳୀଳ ଓ ଆପତ୍ତିଜନକ ଟିପ୍ପଣୀ ଦେଉଥିଲେ ।

'ସୁଲ୍ଲି ଡିଲ୍ସ' ଆପ୍ ଭଳି 'ବୁଲି ବାଇ' ଆପ୍ କାମ କରୁଥିଲା । କିଛି ଦିନ ପୂର୍ବରୁ 'ସୁଲ୍ଲି ଡିଲ୍ସ' Githubରେ ଲଞ୍ଚ କରାଯାଇଥିଲା । ଏବେ 'ବୁଲି ବାଇ' ଆପ୍କୁ ମଧ୍ୟ Githubରେ ଲଞ୍ଚ କରାଯାଇଥିଲା । Github ଏକ ହୋଷ୍ଟିଂ ପ୍ଲାଟଫର୍ମ । ବିଭିନ୍ନ ପ୍ରକାରର ଆପର ସମ୍ମିଶ୍ରଣରେ ଏହି ଆପ୍ ତିଆରି ହୋଇଛି । GitHub ଏକ ଓପନ୍ ସୋର୍ସ ପ୍ଲାଟଫର୍ମ ଅଟେ । ୟୁଜର୍ସଙ୍କୁ ଆପ୍ ସୃଷ୍ଟି ଏବଂ ଉପସ୍ଥାପନ କରିବାକୁ ଅନୁମତି ଦିଏ GitHub । ଏଥିପାଇଁ କେବଳ ଏକ ଇ-ମେଲ୍ ଆଇଡିର ଆବଶ୍ୟକତା ଥାଏ ।












Click it and Unblock the Notifications