Get Updates
Get notified of breaking news, exclusive insights, and must-see stories!

ନୃସଂଶ! ଦୁଷ୍କର୍ମ ପରେ ପୀଡିତାଙ୍କ ଉପରେ ଗାଡି ଚଢାଇଲେ ଅଭିଯୁକ୍ତ

ଦେବଭୂମି ମଥୁରାରେ ଲଜ୍ଜା। ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇଲେ ଅଭିଯୁକ୍ତ।

ଲକ୍ଷ୍ନୌ: ଦେବଭୂମି ମଥୁରାରେ ଲଜ୍ଜା। ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇଲେ ଅଭିଯୁକ୍ତ। ମଥୁରାର ଏହି ଅମାନବୀୟ ଘଟଣା ଅପରାଧର ସମସ୍ତ ସୀମା ପାର କରିଛି । ପୋଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଛି ।

rape

ମଥୁରା କୋଶିକଳା ଥାନା ଅଞ୍ଚଳରେ ଜଣେ ମହିଳା ସ୍ଥାନୀୟ ମାର୍କେଟରେ ଥିବା ଏଟିଏମ୍‌କୁ ଟଙ୍କା ଉଠାଇବା ପାଇଁ ଆସିଥିଲେ। ଟଙ୍କା ଉଠାଇବା ପରେ ସେ ଅଟୋ ଷ୍ଟାଣ୍ଡ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ । ସେହି ସମୟରେ ମହେଶ ନାମକ ଚିହ୍ନଜଣା ବ୍ୟକ୍ତି ତାଙ୍କୁ ଘରେ ଛାଡ଼ିଦେବେ କହି ଗାଡ଼ିରେ ବସାଇ ନେଇଯାଇଥିଲେ ।

ଏହାପରେ ମହେଶ ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ଡକାଇ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ସହ ବର୍ବରତା ପରେ ବି ଶୈତାନମାନଙ୍କ ମନ ବୁଝିନଥିଲା । ଏଥିପାଇଁ ଅଭିଯୁକ୍ତମାନେ ଜଣଙ୍କ ପରେ ଜଣେ ତାଙ୍କ ଉପରେ ବାଇକ ଚଢ଼ାଇଥିଲେ । ଏହାପରେ ପାଖରେ ଥିବା ଘଞ୍ଚ ଜଙ୍ଗଲରେ ତାଙ୍କୁ ନେଇ ଫୋଫାଡ଼ି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଥିଲା । ବର୍ତ୍ତମାନ ପୀଡିତା ଗୋଟିଏ ଗୋଡ ହରାଇବା ସହିତ ଚିକିତ୍ସିତ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+