ଏହି ସ୍ଥାନରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନସୁଗର, ଜଣେ ଗିରଫ
ଏହି ସ୍ଥାନରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନସୁଗର, ଜଣେ ଗିରଫ
ଭୁବନେଶ୍ୱର: ଜବତ ହେଲା କୋଟିଏ ଟଙ୍କାର ଧଳା ଜହର । ଜଣେ ବାପାରୀଙ୍କୁ ଗିରଫ କଲା ଏସଟିଏଫ୍ । ଗିରଫ ହୋଇଥିବା ଯୁବକ ଜଣକ ହେଲେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କମନବର ସାହିର ସିଦ୍ଧାର୍ଥ ନାୟକ (୨୩) ।

ସୂଚନା ଅନୁସାରେ ଗତକାଲି ଏସ୍ଟିଏଫ୍ ହାବେଳିପଡ଼ିଆରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ଠାରୁ ୧ କେଜି ୧୫୦ ଗ୍ରାମର ବ୍ରାଉନସୁଗର ଜବତ କରାଯିବା ସହ ଏକ ଦାମୀ ବାଇକ୍ ଓ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ କରିଛି ଏସଟିଏଫ୍ । ଜବତ ହୋଇଥିହା ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୧ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ସୂଚନା ରହିଛି । ବର୍ତ୍ତମାନ ଏସ୍ଟିଏଫ୍ ପକ୍ଷରୁ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।
ପୂଜା ପାଇଁ ଆରମ୍ଭ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ । ରାତିରେ ପୋଲିସ ଅଧିକାରୀମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ବେଆଇନ୍ ମଦ କାରବାର, ଖୋଲାରେ ମଦ ପିଇବା, ବେଆଇନ୍ ଭାବେ ଅଯଥା ଖଟି କରିବା ଇତ୍ୟାଦି ଉପରେ ରଖୁଛି ନଜର । ଭୁବନେଶ୍ୱର ଓ କଟକରେ ନିଶା କାରବାର କମ୍ କରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।












Click it and Unblock the Notifications