କୋଡଓ୍ୱାର୍ଡରେ ବିଏମସି କର୍ମଚାରୀଙ୍କ ବ୍ରାଉନସୁଗାର ବେପାର : ଗରାଖ ହୋଇ ଧରିଲା ପୁଲିସ

ଧଳା ଜହର ବିକ୍ରି କରୁଥିଲେ ବିଏମସିର ଠିକା କର୍ମଚାରୀ ।

ଭୁବନେଶ୍ୱର : ରାଜଧାନୀରେ କୋର୍ଡଓ୍ୱାର୍ଡରେ ଧଳା ଜହର କାରବାର । ଧଳା ଜହର ବିକ୍ରି କରୁଥିଲେ ବିଏମସିର ଠିକା କର୍ମଚାରୀ । ଗରାଖ ହୋଇ କମିଶନରେଟ୍ ପୁଲିସ ବିଛାଇଲା ଜାଲ । ଏଭଳି ଏକ ନାଟକୀୟ ଢଙ୍ଗରେ କମିଶନରେଟ୍ ପୁଲିସ ଆଝି ଜଣେ ବ୍ରାଉନସୁଗାର ବେପାରିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଦିଲ୍ଲୀପ ବେହେରା ବୋଲି ପୁଲିସ କହିଛି । ଦିଲ୍ଲୀପ ଠାରୁ ପୁଲିସ ପାଖାପାଖି 7ଗ୍ରାମର ବ୍ରାଉନସୁଗାର ଯାହାର ଆନୁମାନିକ ମୂଲ୍ୟ 80 ହଜାର ଟଙ୍କା ହେବ ଜବତ କରିଛି । ଏଥିସହ 40 ଗ୍ରାମ ସୁନା ଗହଣା, ନଗଦ 42 ହଜାର ଟଙ୍କା ମଧ୍ୟ ଜବତ କରିଛି ପୁଲିସ ।

ବ୍ରାଉନ ସୁଗାର
ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ରାଜଧାନୀର ଲିଙ୍ଗରାଜ ଥାନା ଅଞ୍ଚଳରେ ବ୍ରାଉନସୁଗାର ବେପାର ଚାଲିଥିବା ନେଇ ପୁଲିସ ଖବର ପାଇଥିଲା । ବିଏମସିର ଠିକା କର୍ମଚାରୀ ଭାବରେ କାମ କରୁଥିବା ଦିଲ୍ଲୀପ ବ୍ରାଉନସୁଗାର ବେପାର କରୁଥିବା ଖବର ମିଳିଥିଲା । ଏହାକୁ ନେଇ ପୁଲିସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ପୁଲିସ ଛଦ୍ମବେଶରେ ଗ୍ରାହକ ହୋଇ ବ୍ରାଉନସୁଗାର କିଣିବା ପାଇଁ ଡିଲ୍ କରିଥିଲା । କୋର୍ଡଓ୍ୱାର୍ଡରେ ଏହି ଡିଲ୍ ହୋଇଥିଲା । ଆଜି କ୍ୟାପିଟାଲ ହସ୍ପିଟାଲରେ ଦିଲ୍ଲୀପ ଓୌଷଧ ବିକ୍ରି କରୁଥିବା ବେଳେ ପୁଲିସ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲା । ଏଥିସହ ତା ଠାରୁ ଗୋଟିଏ ସୁନା ଚେନ, 5ଟି ମୁଦି, 5ଟି ମୋବାଇଲ ଓ ଗୋଟିଏ ସ୍କୁଟିକୁ ଜବତ କରିଛି ପୁଲିସ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+