ପୁଲିସ ପଞ୍ଝାରେ ଧଳାଜହର ବେପାରୀ : 100 ଗ୍ରାମ ବ୍ରାଉନସୁଗାର, 23 ଲକ୍ଷ ଜବତ
ବାଲେଶ୍ୱରରେ ଏକ ବଡ ଧରଣର ବ୍ରାଉନସୁଗାର କାରବାର ଉପରେ ଚଢାଉ କରିଛି ପୁଲିସ ।
ବାଲେଶ୍ୱର : ଉପକୂଳ ଓଡ଼ିଶାରେ କାୟା ମେଲାଇଛି ଧଳା ଜହର । ଆଉ ଏହି ଧଳା ଜହରର ବେପାରିମାନଙ୍କୁ ସାବାଡ୍ କରିବା ପାଇଁ କ୍ରାଇମବ୍ରାଞ୍ଚର ଏସଟିଏଫ ଠାରୁ ଆରମ୍ଭ କରି ଓଡ଼ିଶା ପୁଲିସ ଯାଏଁ ସମସ୍ତେ ଜାଲ ବିଛାଇଛନ୍ତି । ଆଜି ବାଲେଶ୍ୱରରେ ଏକ ବଡ ଧରଣର ବ୍ରାଉନସୁଗାର କାରବାର ଉପରେ ଚଢାଉ କରିଛି ପୁଲିସ । ବାଲେଶ୍ୱରର ସହଦେବଖୁଣ୍ଟା ଥାନା ପୁଲିସ ଏହି ଚଢାଉ କରି ଜଣଙ୍କୁ ଗିରଫ କରିବା ସହ ପ୍ରାୟ 100 ଗ୍ରାମ ବ୍ରାଉନସୁଗାର ଓ ନଗଦ 23 ଲକ୍ଷ ଟଙ୍କା ଜବତ କରିଛି ।

ଗିରଫ ଅଭିଯୁକ୍ତ ଜଣଙ୍କ ମୁନା ଖାଁ ବୋଲି ଜଣାପଡିଛି । ସେହିପରି ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 10 ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ସୂଚନାଥାଉକି, ମୁନା ଖାଁ ପୂର୍ବରୁ ଗିରଫ ହୋଇଥିବା ଶେଖ୍ ରାଜାର ଭିଣୋଇ । ଶେଖ୍ ରାଜାକୁ ପୂର୍ବରୁ ବ୍ରାଉନସୁଗାର ବେପାରରେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଗିରଫ କରିଥିଲା । ଶେଖ୍ ରାଜାର ଅନୁପସ୍ଥିତିରେ ମୁନ୍ନା ଏହି ଧଳା ଜହରର ସାମ୍ରାଜ୍ୟ ଚଲାଇଥିଲା ବୋଲି କୁହାଯାଉଛି ।












Click it and Unblock the Notifications