Get Updates
Get notified of breaking news, exclusive insights, and must-see stories!

ବ୍ରାଉନସୁଗର ଜବତ: କଟକରୁ 4 କୋଟି, ଜଗତସିଂହପୁର କୋଟିଏ

ଓଡିଶାରେ ଲମ୍ବିଛି ଧଳା ଜହରର ଚେର । ରେଚକୁ ମଧ୍ୟ କାଟିବାରେ ଲାଗିଛି ଓଡିଶା ପୋଲିସ । ତେବେ ଗତ ଦୁଇ ବର୍ଷ ମଧ୍ୟ କଟକ ସହର ଓ ଜଗତସିଂପୁର ଜିଲ୍ଲାରୁ ପ୍ରାୟ 5 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ୍ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବର: ଓଡିଶାରେ ଲମ୍ବିଛି ଧଳା ଜହରର ଚେର । ରେଚକୁ ମଧ୍ୟ କାଟିବାରେ ଲାଗିଛି ଓଡିଶା ପୋଲିସ । ତେବେ ଗତ ଦୁଇ ବର୍ଷ ମଧ୍ୟ କଟକ ସହର ଓ ଜଗତସିଂପୁର ଜିଲ୍ଲାରୁ ପ୍ରାୟ 5 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ୍ ହୋଇଥିବା ସୂଚନା ମିଳିଛି ।

Brown sugar

କଟକରୁ 4 କୋଟି

୨୦୨୧ ମସିହାରେ କଟକ କମିଶନରେଟ ପୋଲିସ ମୋଟ ୪ କେଜି ୬୪୬ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ କୋଟି ୬୧ ଲକ୍ଷ ଟଙ୍କାରୁ ଅଧିକ ହେବ। କଟକ ଡିସିପି ପ୍ରତୀକ ସିଂ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏଥିରେ ମୋଟ ୧୬ଟି ମାମଲାରେ ମୋଟ ୩୦ଜଣ ଗିରଫ ହୋଇଛନ୍ତି।

ତେବେ ଆଜି ପୁଣି କଟକର ଦରଖାବଜାରରୁ ୨୬୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବାପି, ବିବେକାନନ୍ଦ ଜେନା ଓ ଗୋପୀନାଥ ପାତ୍ର। ଅଭିଯୁକ୍ତଙ୍କଠାରୁ ୧ ଲକ୍ଷ ୨୮ ହଜାର ଟଙ୍କା, ୪ଟି ମୋବାଇଲ ଫୋନ୍, ଗୋଟିଏ ବାଇକ୍ ଓ ସ୍କୁଟି ଜବତ କରାଯାଇଛି।

ଜଗତସିଂହପୁର କୋଟିଏ

ଜଗତସିଂହପୁର ଜିଲ୍ଲାରରେ ଏସ୍‌ପି ଅଖିଳେଶ୍ବର ସିଂହ ଯୋଗଦେବା ପରେ ଜିଲ୍ଲାରେ ଅଧିକରୁ ଅଧିକ ବ୍ରାଉନ୍‌ସୁଗାର ଜବତ୍ କରାଯାଇଛି । ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାରୁ ହାରାହାରି କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି ବୋଲି ସୂଚନା ମିଳିଛି । ୩୬ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଥିବା ବେଳେ ୬୯ ଜଣ ଗିରଫ ହୋଇ ସାରିଛନ୍ତି। ନଗଦ ଟଙ୍କା, ବନ୍ଧୁକ, ଗାଡ଼ି ଜବତ ହୋଇଛି।

ପ୍ରଥମେ ଜଗତସିଂହପୁର ସହର, କୁଜଙ୍ଗ ଓ ପରାଦୀପ ଅଂଚଳରେ ବ୍ରାଉନସୁଗାର ବିକ୍ରି ହେଉଥିବା ବେଳେ ଧୀରେ ଧୀରେ ସବୁ ବ୍ଳକ୍‌ରେ ବେପାରର ଚେର ମାଡ଼ିଥିଲା। ଯାହାର ଶିକାର ହୋଇ ଯୁବକମାନେ ପଥଭ୍ରଷ୍ଟ ହେଉଥିଲେ। ଏମାନେ ପୋଲିସ ଓ ଅବକାରୀ ବିଭାଗର କିଛି ଅଧିକାରୀଙ୍କୁ ହାତରେ ରଖି ବେପାର କରୁଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+