କଟକରୁ ବ୍ରାଉନସୁଗାର ଜବତ, ଆନୁମାମିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ
କଟକରୁ ଜବତ ହେଲା ବ୍ରାଉନସୁଗାର। ଯାହାର ଆନୁମାମିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରହିଛି । ଗତକାଲି ଅପରାହ୍ନରେ ସ୍ପେଶାଲ ସ୍କୁୱାର୍ଡ ଓ ଲାଲବାଗ ଥାନା ମିଳିତ ଚଢ଼ାଉ କରି ୧ କିଲୋ ୧୪୯ ଗ୍ରାମ ବ୍ରାଉନସୁଗର ଜବତ କରିଛି ।
କଟକ: କଟକରୁ ଜବତ ହେଲା ବ୍ରାଉନସୁଗାର। ଯାହାର ଆନୁମାମିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରହିଛି । ଗତକାଲି ଅପରାହ୍ନରେ ସ୍ପେଶାଲ ସ୍କ୍ୱାର୍ଡ ଓ ଲାଲବାଗ ଥାନା ମିଳିତ ଚଢ଼ାଉ କରି ୧ କିଲୋ ୧୪୯ ଗ୍ରାମ ବ୍ରାଉନସୁଗର ଜବତ କରିଛି ।

ଏଥି ସହିତ ୬ ଜଣଙ୍କୁ ଗିରଫ କରାଯାଇଛି । ଏହି ୬ ଜଣଙ୍କ ମଧରୁ ୪ ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀ ଓ ଅନ୍ୟ ଜଣକ କଟକ ର ବାସିନ୍ଦା ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଦୈତ୍ୟନଗରୀ ଆରକ୍ଷୀ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହି ବ୍ରାଉନସୁଗର ଜଳେଶ୍ବରରୁ ଆସି ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଆଦି ଜିଲ୍ଲାକୁ ଚାଲାଣ ହେବାର ଯୋଜନା ହୋଇଥିଲା ବୋଲି ଜଣାପଡିଛି । ଏହାକୁ ମିଶାଇ ଗତ ପାଞ୍ଚ ମାସରେ ୪ କିଲୋ ୨୫୦ ଗ୍ରାମ ବ୍ରାଉନ ସୁଗର ଜବତ ହେଲାଣି।












Click it and Unblock the Notifications