ରାଜଧାନୀରେ ପୁଣି ଧଳା ଜହର ଜବତ, ଜଣେ ମହିଳା ଗିରଫ
ପଳାଶୁଣୀ ଅଞ୍ଚଳରୁ ୧୮୫ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହି ରାକେଟରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଜଣା ପଡିଛି ।
ଭୁବନେଶ୍ୱର: ରାଜଧାନୀରେ ବେଢକ ଚାଲିଛି ଚାଲିଛି ଧଳା ଜହର କାରବର। କମିଶନରେଟ ପୋଲିସ ବିଭିନ୍ନ ପଦକ୍ଷପ ପରେ ମଧ୍ୟ ସାବାଡ ହେଉ ହେଉ ନାହାନ୍ତି ବ୍ରାଉନସୁଗାର ମାଫିଆ । ରାଜଧାନୀରେ ପୁଣି ଆଜି ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ।

ମିଳିଥିବା ସୂଚନା ଅନୁଯାଇ, ପଳାଶୁଣୀ ଅଞ୍ଚଳରୁ ୧୮୫ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହି ରାକେଟରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଜଣା ପଡିଛି । ଚଢ଼ାଉକରି ବ୍ରାଉନସୁଗର ଜବତ୍ ସହିତ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ମହିଳା ହେଲେ ପ୍ରମିଳା ପ୍ରଧାନ।
ପ୍ରତି ଦିନ ଏମାନେ ତାଙ୍କ ସ୍ୱତନ୍ତ୍ର କୋଡ଼ ବ୍ୟବହାର କରି ପୁଳା ପୁଳା ବ୍ରାଉନସୁଗାର ବିକ୍ରି କରନ୍ତି। ଖାଲି ବ୍ରାଉନ ସୁଗାର ନୁହେଁ । ବିନା ଲାଇସେନ୍ସ ପ୍ରାପ୍ତ ମଦ ମଧ୍ୟ ବ୍ଲାକରେ ବ୍ୟବସାୟ କରନ୍ତି ଏମାନେ। ତେବେ ପଳାଶୁଣୀର ମଦ ବେପାରୀ ହାଡିଆ ଘରୁ ଜବତ ହୋଇଛି ବ୍ରାଉନସୁଗର।












Click it and Unblock the Notifications