ଭାଇ ସାଜିଲା ଭାଇର ହତ୍ୟାକାରୀ: ମଝିଆ ଭାଇର ଚୋଟରେ ଆଖି ବୁଜିଲା ସାନ ଭାଇ

ଭାଇ ସାଜିଲା ଭାଇର ହତ୍ୟାକାରୀ । ମଝିଆ ଭାଇର ଚୋଟରେ ଆଖି ବୁଜିଲା ସାନ ଭାଇ । ପାରିବାରିକ କଳହର ଏପରି କରୁଣ ପରିଣତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ଏହା ଦେଖିବାକୁ ମିଳିଛି । ମୃତକ ହେଲେ କାଳୁ ନାୟକ ।

ସୂଚନା ଅନୁସାରେ, ଗତକାଲି ରାତିରେ କାଳୁ ନାହାକ ଘରେ ଥିବା ସମୟରେ ତାଙ୍କ ମଝିଆ ଭାଇ ପୁନିଆ ଆସିଥିଲେ । ସେଠାରେ ତାଙ୍କ ପୁଅ ଓ କିଛି ସମର୍ଥକଙ୍କ ସହ ସେଠାରେ ପହଞ୍ଚିଥିଲେ । ପ୍ରଥମେ ସେମାନେ କାଳୁଙ୍କ ଘର ଉପରକୁ ଟେକା ମାଡ଼ କରିଥିଲେ ।

crime

ଆଉ ଏଥିରେ ଭୟଭୀତ ହୋଇ କାଳୁ ରାସ୍ତା ଉପରକୁ ଆସିବାରୁ ସେମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ କାତିରେ ହାଣିଥିଲେ । ତେବେ କାଳୁଙ୍କୁ ରକ୍ଷା କରିବାକୁ ତାଙ୍କ ପତ୍ନୀ ରାସ୍ତା ଉପରକୁ ଯାଇଥିବା ବେଳେ ସେ ବି ସ୍ୱାମୀଙ୍କୁ ରକ୍ଷା କରି ପାରି ନ ଥିଲେ । ତେବେ ଅତ୍ୟଧିକ ରକ୍ତ ବାହାରିବା ପରେ ଗୁରୁତର ହୋଇ କାଳୁ ରାସ୍ତା ଉପରେ ପଡ଼ିଥିଲେ । ଆଉ ଛଟପଟ ହୋଇ ଜୀବନ ଚାଲିଗଲା ।

ଗତକାଲି ରାତିରେ ଏହି ଘଟଣା ହୋଇଥିବା ବେଳେ କବିସୂର୍ଯ୍ୟନଗର ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥିସହ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁନିଆ ନାହାକକୁ ପୁଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି । ଏହା ପୂର୍ବରୁ ପୁନିଆ କାଳୁଙ୍କୁ ୨ଥର ହାଣିଥିବା ବେଳେ ଏଥର ତାଙ୍କ ହତ୍ୟା କରିବାକୁ ପଛାଇ ନାହାନ୍ତି ।

ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦ ନେଇ ଦୁଇ ଭାଇଙ୍କ ମଧ୍ୟରେ ଦଶ ବର୍ଷ ହେଲା ଗଣ୍ଡଗୋଳ ହୋଇ ଆସୁଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କୋର୍ଟରେ ବି ଶୁଣାଣି ଚାଲିଛି, ହେଲେ କିଛି ନିଷ୍କର୍ଷ ବାହାରିନି । ତେବେ ଏହି ଘଟଣା ଆଖପାଖରେ ଭୟର ବିତରଣ ଖେଳି ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+