For Quick Alerts
Turn On Notification  
For Daily Alerts
Oneindia App Download

ଏମସିଏ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବଏଫ୍ରେଣ୍ଡ ଗିରଫ

ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ଆଶ୍ରିତା ମୃତ୍ୟୁ ପରେ ତାଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶଙ୍କୁ ଅଟକ ରଖିଥିଲା ସହିଦନଗର ପୋଲିସ। ଆଜି ତାଙ୍କୁ ଗିରଫ କରାଯାଇଛି ।

|

ଭୁବନେଶ୍ବର: ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ଆଶ୍ରିତା ମୃତ୍ୟୁ ପରେ ତାଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶଙ୍କୁ ଅଟକ ରଖିଥିଲା ସହିଦନଗର ପୋଲିସ। ଆଜି ତାଙ୍କୁ ଗିରଫ କରାଯାଇଛି ।

suicide
ଆଶ୍ରିତାଙ୍କ ସୁଇସାଇଡାଲ ନୋଟ ଅନୁସାରେ, ସତ୍ୟ ତାଙ୍କୁ ନିର୍ଯାତନା ଦେଉଥିବା ଯୋଗୁଁ ଆଶ୍ରିତା ଆତ୍ମହତ୍ୟା କରୁଛନ୍ତି ବୋଲି ଲେଖିଛନ୍ତି। ସତ୍ୟଙ୍କ ସହ ତାଙ୍କର ପ୍ରାୟ 9 ବର୍ଷର ସଂପର୍କ ବୋଲି ସେ କହିଛନ୍ତି । ଦୁହେଁ ଗୋଟିଏ ଗାଁର ବୋଲି ମଧ୍ୟ ଜଣାପଡିଛି । ଅନେକ ଦିନ ହେବ ସତ୍ୟ ତାଙ୍କୁ ବିଭିନ୍ନ ନିର୍ଯାତନା ଦେଉଥିବା ଜଣାପଡିଛି ।

ଦୁଇ ତିନି ବର୍ଷ ହେବ ଆଶ୍ରିତା ଅନ୍ୟ ଜଣେ ପିଲା ସହିତ ଫୋନରେ କଥାବାର୍ତ୍ତା ହେଉଥିବା ନେଇ ସତ୍ୟ ଏବଂ ଆଶ୍ରିତାଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ସତ୍ୟଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଥିଲେ ଆଶ୍ରିତା। ଏହାପରେ ଅଟକ ଥିଲେ ବଏଫ୍ରେଣ୍ଡ। ବର୍ତ୍ତମାନ କଲ ରେକର୍ଡିଂ ଯାଞ୍ଚ କରିବା ପରେ ସତ୍ୟଙ୍କୁ ଗିରଫ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Police have arrested his male friend in connection with the suicide of MCA student Ashrita Senapati.detained his male friend Satya Prakash after Ashrita's death. He has been arrested today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X