ମହିଳାଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲି ଫସିଲେ ଯୁବକ, ଅଶ୍ଳୀଳ ଫଟୋ ପୋଷ୍ଟ ସହ ଦେଉଥିଲେ ଖରାପ କମେଣ୍ଟ

ଘଟଣାରେ କୋରାପୁଟ ଟାଉନ ପୋଲିସ ଜଣେ ନାବାଳିକାକୁ ଅଟକ ରଖିଛି । ସେହିପରି ନାବାଳିକା ବ୍ୟବହାର କରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି ।

ଭୁବନେଶ୍ବର: ଫେକ୍ ଫେସ୍‌ବୁକ୍ ଆଇଡି ଖୋଲିବା ଯୁବକଙ୍କୁ ପଡିଲା ମହଙ୍ଗା । ଜଣେ ଯୁବତୀଙ୍କ ନାଁରେ ଫେସ ଆଡି ଖୋଲି ବନ୍ଧା ହେଲେ ଯୁବକ । ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ । ଘଟଣାରେ କୋରାପୁଟ ଟାଉନ ପୋଲିସ ଜଣେ ନାବାଳିକାକୁ ଅଟକ ରଖିଛି । ସେହିପରି ନାବାଳିକା ବ୍ୟବହାର କରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି ।

Facebook ID

ମିଳିଥିବା ସୂଚନାନୁସାରେ, ୫ ମାସ ତଳେ ଜଣେ ମହିଳାଙ୍କ ନାଁରେ ଏକ ଫେକ୍ ଫେସ୍‌ବୁକ୍ ଆଇଡି ଖୋଲି ଥିଲେ ସମ୍ପୃକ୍ତ ଯୁବକ । ତେବେ ଫେକ୍ ଫେସ୍‌ବୁକ୍ ଆଇଡି ଖୋଲି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଫଟୋ ମଧ୍ୟ ପୋଷ୍ଟ କରୁଥିଲେ । ଏହି ଆଇଡିରେ ଅଶ୍ଳୀଳ ଫଟୋ ଛାଡ଼ିବା ସହ କମେଣ୍ଟ ମଧ୍ୟ ଦିଆଯାଉଥିଲା । ଏହା ଜାଣିବା ପରେ ଉକ୍ତ ମହିଳା ଜଣଙ୍କ ଥାନାରେ ଅଭିଯୋଗ ଦେବା ପରେ ପୋଲିସ ୩୫୬/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହାର ତଦନ୍ତରେ ୪ରୁ ୫ମାସ ଲାଗିଲେ ସୁଦ୍ଧା କୋରାପୁଟ ପୋଲିସ ଫେକ୍ ଆଇଡି ଖୋଲିଥିବା ନାବାଳିକା ଏବଂ ବ୍ୟବହୃତ ‌ହୋଇଥିବା ମୋବାଇଲ୍ ଫୋନକୁ ଜବତ କରିଛି। ଉକ୍ତ ନାବାଳିକା ଓ ମହିଳାଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣରୁ ତିକ୍ତତା ଲାଗିରହିଥିବାରୁ ତାଙ୍କୁ ବଦନାମ୍ କରିବାକୁ ଏଭଳି କରିଥିବା ନାବାଳିକା ଜଣଙ୍କ ସ୍ଵୀକାର କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+