ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣା: ୩ ଗିରଫ
କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣାରେ ୩ଜଣ ଗିରଫ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ । ପାରିବାରିକ ବିଦ୍ୱେଷ ଓ ଅର୍ଥନୈତିକ ବିବାଦ ଯୋଗୁ ବୋମାମାଡ଼ ହୋଇଥିବା କୁହାଯାଉଛି।
କେନ୍ଦୁଝର: କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣାରେ ୩ଜଣ ଗିରଫ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ । ପାରିବାରିକ ବିଦ୍ୱେଷ ଓ ଅର୍ଥନୈତିକ ବିବାଦ ଯୋଗୁ ବୋମାମାଡ଼ ହୋଇଥିବା କୁହାଯାଉଛି।

ଗତ ୧୦ ତାରିଖରେ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା । ମୋହନ ମାଝୀ ଏକ ବୈଠକ ସାରି ଫେରୁଥିବା ସମୟରେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ କରିଥିଲେ । ତେବେ ଏହି ଘଟଣା ନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଆଉ ଆଜି କେନ୍ଦୁଝର ପୋଲିସ ୩ଜଣଙ୍କୁ ଗିରଫ କରିଛି ।
ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ବିଜେପି ବିଧାୟକ ମୋହନ ମାଝୀ ଗଣମାଧ୍ୟମକୁ କହିଥିଲେ ଯେ, ବିଜେଡିର ଜଣେ ଜିଲ୍ଲାସ୍ତରୀୟ ନେତା ଏହି କାଣ୍ଡ ଭିଆଇଥିବା ସେ ସନ୍ଦେହ କରୁଛନ୍ତି। ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା। ରାସ୍ତାରୋକ ମଧ୍ୟ କରାଯାଇଥିଲା। ବିଜେପିର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଦାବି କରିଥିଲା। ବିଜେଡି ପକ୍ଷରୁ ମୋହନ ମାଝୀଙ୍କ ଅଭିଯୋଗକୁ ଖଣ୍ଡନ କରାଯିବା ସହ ବିଜେଡି ପ୍ରତିନିଧି ଦଳ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଦାବୀ କରିଥିଲେ। ଘଟଣାର ସିସିଟିଭି ଦୃଶ୍ୟ ପୋଲିସ ଯାଞ୍ଚ କରିଥିଲା।












Click it and Unblock the Notifications