ପଳାଶୁଣିରେ ୩ ବୋମା ମାଡ଼
ପୁଣି ଅଶାନ୍ତ ହୋଇପଡିଛି ରାଜ୍ୟ ରାଜଧାନୀ । ରାଜାଧାନୀରେ ଆଜି ପୁଣି ଶୁଭିଛି ବୋମା ମାଡ । ସ୍ଥାନୀୟ ପଳାଶୁଣି ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମାମାଡ଼ ।
ଭୁବନେଶ୍ୱର: ପୁଣି ଅଶାନ୍ତ ହୋଇପଡିଛି ରାଜ୍ୟ ରାଜଧାନୀ । ରାଜାଧାନୀରେ ଆଜି ପୁଣି ଶୁଭିଛି ବୋମା ମାଡ । ସ୍ଥାନୀୟ ପଳାଶୁଣି ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମାମାଡ଼ । କେହି ଦୁର୍ବୃତ୍ତ ୩ଟି ବୋମାମାଡ଼ କରିଥିବା ସୂଚନା ମିଳିଛି । ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିଲେ।












Click it and Unblock the Notifications