ପୁରୀରେ ଫାଟିଲା ବୋମା, ପଞ୍ଚାୟତ ନିର୍ବାଚନକୁ ନେଇ ହିଂସାକାଣ୍ଡ ସନ୍ଦେହ

ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା । କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ ହୋଇଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ବୋମା ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛି ।

ପୁରୀ: ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା । କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ ହୋଇଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ବୋମା ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛି । ନିର୍ବାଚନକୁ ନେଇ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

Bomb blast

ତେବେ ଚଳିତ ନିର୍ବାଚନରେ କାଶୀହରିପୁର ପଞ୍ଚାୟତରୁ ସରପଞ୍ଚ ପାର୍ଥୀ ହୋଇଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ଏହି ବୋମା ଫୁଟିଛି। କେହି ଆକ୍ରୋଶମୂଳକ ଭାବେ ତାଙ୍କ ଘର ପଛପଟେ ବୋମାମାଡ଼ କରିଥିବା କୁହାଯାଉଛି। ଦୁଇଟି ବୋମା ଫୁଟି ସ୍ଥାନୀୟ ଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା । ଗୋଟିଏ ବ୍ୟାଗରେ ବୋମା ରଖାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା କହିଛନ୍ତି, ଆଜି ସକାଳ ପ୍ରାୟ ସାଢ଼େ ନଅଟା ବେଳେ ମୁଁ ଠାକୁରଙ୍କ ପୂଜା କରୁଥିବା ସମୟରେ ମୋ ବାରିପଟେ ବୋମାମାଡ଼ କରାଯାଇଥିଲା। ମୁଁ ସରପଞ୍ଚ ପ୍ରାର୍ଥୀ ହୋଇ ଥିବାରୁ କେହି ଆକ୍ରୋଶମୂଳକ ଭାବେ ଏପରି କରି ଥାଇପାରେ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟର ଗାଁ ଗାଁରେ ମାହୋଲ ବଦଳିଛି। ପୁରୀରେ ମଧ୍ୟ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି। ଏହା ସହିତ ଜିଲ୍ଲାରେ ନିର୍ବାଚନୀ ହିଂସା ମଧ୍ୟ ଧୀରେ ଧୀରେ ବଢ଼ିବା ଆରମ୍ଭ କଲାଣି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+