ପୋଲିସ ଉପରକୁ ବୋମାମାଡ଼ କଲେ ଏହି ଦୁଇ ଦୁର୍ବୃତ୍ତ
ପୋଲିସ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ । ସହରର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଘଟିଛି ଏପରି ଘଟଣା ।

ବ୍ରହ୍ମପୁର: ପୋଲିସ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ । ସହରର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଘଟିଛି ଏପରି ଘଟଣା । ଦୁର୍ବୃତ୍ତ-ପୋଲିସ ମୁହାଁମୁହିଁ ପରେ ବୋମାମାଡ ହୋଇଥିବା ସୂଚନା ।
ସୂଚନା ଅନୁସାରେ, ଗତକାଲି ଶ୍ରୀକ୍ଷେତ୍ର ବିହାର ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ଜଣଙ୍କ ଘର ଉପରକୁ ବୋମା ମାଡ ହୋଇଥିଲା । ସେହି ଘଟଣାକୁ ନେଇ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା । ଆଜି ଦୁର୍ବୃତ୍ତ ଶ୍ରୀକ୍ଷେତ୍ର ବାହାରରେ ଲୁଚିଥିବା ସୂଚନା ପାଇଁ ରେଡ୍ କରିଥିଲା ପୋଲିସ । ପୋଲିସର ଚଢାଉ ବେଳେ ପୋଲିସ ଉପରକୁ ବୋମାମାଡ କରିଥିଲେ ଦୁର୍ବୃତ୍ତ ।
ତେବେ ଘଟଣାସ୍ଥଳରେ ବ୍ରହ୍ମପୁର ଏସରି ଆସି ପହଞ୍ଚିଥିବା ବେଳେ ପ୍ରଥମିକ ଯାଞ୍ଚରୁ ଦୁଇଟି ଅଫୁଟା ବୋମା ସହିତ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । ବୋମା ମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୋଲିସ କର୍ମୀ । ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।












Click it and Unblock the Notifications