ମହାଲିଙ୍ଗ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର
ବଲାଙ୍ଗିର: ବହୁ ଚର୍ଚିତ ମହାଲିଙ୍ଗ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ନୂତନ ତଥ୍ୟ ସାମ୍ନାକୁ ଆସିଛି। ଆଜି ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମାଟି ଖୋଳିବା ପରେ ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତଦେହ କାହାର ସେ ସମ୍ପର୍କରେ ସୂଚନା ମିଳିନି। ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ଜଣାପଡ଼ିନାହିଁ। ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି। ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ବଲାଙ୍ଗିର ପୋଲିସ କହିଛି।

ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ଏହି ଷ୍ଟାଡିୟମ୍ରେ ପହଞ୍ଚି ଖୋଳିବା ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ଖୋଳା କାର୍ଯ୍ୟ କରାଯାଇଥିଲା। ତାସହ ଷ୍ଟାଡିୟମ୍ ପରିସରରେ ମମିତାଙ୍କ ଜଣେ ସଂପର୍କୀୟଙ୍କୁ ପୋଲିସ୍ ଆଣିଥିଲା।












Click it and Unblock the Notifications