ବିଳମ୍ବ ନକରି ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଅନ୍ତୁ ସରକାର:ଜୟନାରାୟଣ ମିଶ୍ର

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଓଡ଼ିଶା ପୋଲିସ ଆଈ ମାଆ କାହାଣୀ ଶୁଣାଉଛି । ଦୈନିକ ନୂଆ ନୂଆ କାହାଣୀ ଶୁଣାଉଛି ପୋଲିସ, ଓଡ଼ିଶା ପୋଲିସ ନାଁରେ ଅଭିଯୋଗ ଅଛି ତେଣୁ ସିବିଆଇ ଏହି ମାମଲାର ତଦନ୍ତ କରିବା ଉଚିତ୍' ।

Jayanarayan Mishra

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାରେ ପୁଣି ସରକାରଙ୍କ ଉପରେ ବର୍ଷିଲେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ପୁଣି ରାଜ୍ୟ ପୋଲିସ କାର୍ଯ୍ୟ ଉପରେ ଉଠାଇଲେ ପ୍ରଶ୍ନ । ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଓଡ଼ିଶା ପୋଲିସ ଆଈ ମାଆ କାହାଣୀ ଶୁଣାଉଛି । ଦୈନିକ ନୂଆ ନୂଆ କାହାଣୀ ଶୁଣାଉଛି ପୋଲିସ, ଓଡ଼ିଶା ପୋଲିସ ନାଁରେ ଅଭିଯୋଗ ଅଛି ତେଣୁ ସିବିଆଇ ଏହି ମାମଲାର ତଦନ୍ତ କରିବା ଉଚିତ୍' । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫେଡେରାଲ୍ ଷ୍ଟ୍ରକଚରରେ ଅଛି ଯଦି ରାଜ୍ୟ ସରକାରଙ୍କ ତଦନ୍ତତୁ ପ୍ରଶ୍ନ ଉଠେ ତେବେ ସେଠି କେନ୍ଦ୍ରୀ ସଂସ୍ଥା ଯାଞ୍ଚ କରିବା ଉଚିତ୍ । ବିଧାନସଭାରେ ଏହି ଘଟଣାକୁ ନେଇ ବଜେପି ପ୍ରଶ୍ନ ରଖିବ । ପାଇଖାନା ଟାଙ୍କିରୁ କାଗଜ ବାହାରିବା କଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି
ଜୟନାରାୟଣ ମିଶ୍ର । ସେହିପରି ରାଜ୍ୟର ଆଇନଶୃଙ୍ଖଳା ଆଉ ନାହିଁ ପୂରା ଧ୍ୱଂସ ପାଇଗଲାଣି ବୋଲି କହିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ।

ସୂଚନାଥାଉ ଯେ, ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇ ଦେଇଛନ୍ତି ଜୟନାରାୟଣ । ଏନେଇ ନିଜ ପ୍ରତିକ୍ରିୟାରେ ଜୟନାରାୟଣ କହିଛନ୍ତି, ଓଡ଼ିଶା ପୋଲିସ ଉପରେ ମୋର ଭରସା ନାହିଁ। ତେଣୁ ମୁଁ ସରକାର ଦେଇଥିବା ପିଏସଓ ଫେରାଇ ଦେଇଛି। ମୁଁ କୌଣସି ସୁରକ୍ଷା ଓଡ଼ିଶା ପୋଲିସଠାରୁ ନେବି ନାହିଁ । ସେହିପରି କ୍ରାଇମବ୍ରାଞ୍ଚ ଉପରେ ଓଡିଶାବାସୀଙ୍କର ଭରସା ନାହିଁ । ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଗଲା । ରାଜ୍ୟବାସୀ ଜାଣିବାକୁ ଚାହିଁବେ ହତ୍ୟାକାଣ୍ଡର ରହସ୍ୟ କ'ଣ?

ତେବେ ପୂର୍ବରୁ ମଧ୍ୟ ଏହି ମାମଲାକୁ ନେଇ ଜୟନାରାୟଣ ଅଭିଯୋଗ କରିଛନ୍ତି ସେ କହିଥିଲେ ଯେ, ନବଙ୍କୁ ଗୁଳି ବାଜିବା ପରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଜାଣିଶୁଣି ତାଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ମୃତ ବ୍ୟକ୍ତି ଉପରେ ଅସ୍ତ୍ରୋପ୍ରଚାର କରାଯାଇଥିଲା। ଏହା ପୃଥିବୀର ପ୍ରଥମ ଘଟଣା। ଲୋକଙ୍କୁ ଦେଖାଇବା ପାଇଁ ମୃତ ବ୍ୟକ୍ତିଙ୍କ ଉପରେ ଅସ୍ତ୍ରୋପ୍ରଚାର କରାଯାଇ ଆଇସିୟୁରେ ରଖାଯାଇଥିଲା। ଏସବୁ ଘଟଣାର ତଦନ୍ତ ହେବା ଉଚିତ୍ । ହେଲେ ରାଜ୍ୟ ସରକାର ନବ ଦାସ ହତ୍ୟା ଘଟଣାକୁ ଚାପି ଦେବାକୁ ଚାହୁଁଛନ୍ତି । ଏଥିପାଇଁ ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+