ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା: ସିନିୟରଙ୍କ ରାଗିଂ ଯୋଗୁଁ ଜୀବନ ହାରିଲେ ଛାତ୍ରୀ
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା । ଜବତ୍ ହେଲା ରୁଚିକାଙ୍କ ସୁଇସାଇଡ ନୋଟ୍ । ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ୱର: ସ୍ଥାନୀୟ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା । ଜବତ୍ ହେଲା ରୁଚିକାଙ୍କ ସୁଇସାଇଡ ନୋଟ୍ ।
ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ୩ ଜଣ ସିନିୟର ତାଙ୍କୁ ନିର୍ଯାତନା ଦେଉଥିଲେ । ତେବେ ଯେଉଁ ୩ଜଣ ଛାତ୍ରୀଙ୍କ କଥା କହିଛନ୍ତି ସେମାନଙ୍କ ନାଁ ନେଇ ନାହାନ୍ତି ରୁଚିକା ।

ଆଜି ଅପରାହ୍ନରେ ବିଜେବି କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିବା ଖବର ଆସିଥିଲା । କଲେଜର ଲେଡିଜ ହଷ୍ଟେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ସୁଇସାଇଡ ନୋଟକୁ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ ।
ସୁଇସାଇଡ ନୋଟ୍

'ମୁଁ ଜୀବନରେ ବହୁତ ଥକି ଗଲିଣି... ମୋ ବାପା ବୋଉ ଏତେ କଷ୍ଟକରି ପାଠ ପଢାଇଲେ... ମୋ ପାଠପଢା ପାଇଁ ଆମ ଘର ଲୋକଙ୍କ ଚଳିବା କଷ୍ଟ... ହେଲେ ହଷ୍ଟେଲରେ ମୋତେ ସିନିୟର ବହୁତ ଟର୍ଚର କଲେ... ୩ ଜଣ ସିନିୟର ମୋତେ ମେଣ୍ଟାଲି କଷ୍ଟ ଦେଲେ... ଆଉ ସହି ପାରିଲିନି... କି ଘରେ ବି କହି ପାରିଲିନି... ମୋତେ ମୋ ବାପା-ବୋଉ ଅଜା-ଆଈ, ମାମୁ-ମାଇଁ, ମଉସା-ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି... ବହୁତ ଆଶା କରିଥିଲେ ମୁଁ କଲେକ୍ଟର ହେବି... ହେଲେ ମୋତେ ସିନିୟର ମେଣ୍ଟାଲି ଡ୍ରିପେସ୍ କଲେ... ବାପା ମାଆ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ... ହେଲେ ତାଙ୍କ ପଇସାର କିଛି ମୂଲ୍ୟ ନାହିଁ... କାରଣ ସିନିୟର ମୋତେ ବହୁତ ଡ୍ରିପେସ୍ କଲେ... ସମସ୍ତେ ଜାଣିଛନ୍ତି... ଆମ କଲେଜରେ ରାଗିଂ ହୁଏନି... କିନ୍ତୁ ସିନିୟର, ହଷ୍ଟଲରେ ମୋତେ ବଞ୍ଚେଇ ଦେଲେନି... ମୋ ବାପା ବୋଉଙ୍କ ଲୁହରେ ସେମାନ ଭାସି ଯିବେ... ଜମା ଆଗକୁ ବଢି ପାରିବେନି... ମୁଁ ଏ କଥା କାହାକୁ କହି ପାରିଲିନି... କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି... ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡ୍ରିପେସ୍ କଲେ... ମୋତେ ପାଠ ବି ପଢେଇ ଦେଲେନି... ମୋ ରୁମ ମେଟ୍ କୁ ବି ଏ କଥା ମୁଁ କହି ପାରିଲିନି... ଶେଷରେ ଜୀବନ ହାରୁଛି....' ।












Click it and Unblock the Notifications