Get Updates
Get notified of breaking news, exclusive insights, and must-see stories!

ମହଙ୍ଗା ପଡିବ ବିନା ହେଲମେଟରେ ଆନ୍ଦୋଳନରେ ସାମିଲ ହୋଇଥିଲେ : ଘରକୁ ଯିବ ଇ-ଚାଲାଣ

ବିନା ହେଲମେଟରେ ବାଇକ ଚଲାଇ ଆନ୍ଦୋଳନରେ ସାମିଲ ହୋଇଥିବା ଲୋକଙ୍କୁ ଘରକୁ ଏବେ ଯିବ ଇ-ଚାଲାଣ ।

ଭୁବନେଶ୍ୱର : ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଭାରତ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ସହ ରାଜନୈତିକ ଦଳମାନେ ମଧ୍ୟ ସମର୍ଥନ କରିଛନ୍ତି । ଆନ୍ଦୋଳନ ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ରାଜଧାନୀ ସମେତ ଅନେକ ସ୍ଥାନରେ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି କିଛି ସଂଗଠନ ରେଳ ରୋକ କରିଥିବା ବେଳେ ରାଜନୈତିକ ଦଳ ମୋଟରସାଇକେଲ ରାଲି କରିଥିବା ଦେଖିବାକୁ ମିଳିଥିଲା । ଟୁଇନ୍ ସିଟିରେ ହୋଇଥିବା ଏହି ଆନ୍ଦୋଳନ ଏବେ ମହଙ୍ଗା ପଡିବାକୁ ଯାଉଛି ।

ଭାରତ ବନ୍ଦ

ବିନା ହେଲମେଟରେ ବାଇକ ଚଲାଇ ଆନ୍ଦୋଳନରେ ସାମିଲ ହୋଇଥିବା ଲୋକଙ୍କୁ ଘରକୁ ଏବେ ଯିବ ଇ-ଚାଲାଣ । କମିଶନରେଟ୍ ପୁଲିସ ଏନେଇ ସୂଚନା ଦେଇଛି । ବିନା ହେଲମେଟରେ ଯେଉଁମାନେ ଆନ୍ଦୋଳନ ସମୟରେ ସାମିଲ ହୋଇଥିଲେ ସେମାନଙ୍କର ଫୁଟେଜ୍ ସିସିଟିଭିରେ କଏଦ ହୋଇଛି । ସେହି ମାନଙ୍କ ପାଖକୁ କମିଶନରେଟ୍ ପୁଲିସ ଇ-ଚାଲାଣ ପଠେଇବ ବୋଲି କହିଛି । ଏଠାରେ ସୂଚନାଥାଉକି, ବିନା ହେଲମେଟରେ ପିକେଟିଂ କରୁଥିବା ଯୁବକମାନଙ୍କ ମଧ୍ୟରୁ ଶହେ ଜଣଙ୍କୁ ଅଟକ ରଖିଛି ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+