'ମୋ ଝିଅର ମୁଣ୍ଡ କାଟି ଦେଲା, ଦୋଷୀକୁ ଦଣ୍ଡ ମିଳୁ'
ଦୋଷୀକୁ ଫାଶୀ ଦଣ୍ଡ ମିଳୁ ବୋଲି ମୃତ ପୁଷ୍ପଲତାଙ୍କ ମା’ ମିନତି ବାରିକ କହିଛନ୍ତି।
ଭୁବନେଶ୍ୱର: ସ୍ଥାନୀୟ ଦାସପୁର-ଅନ୍ଧାରୁଆ ରାସ୍ତା କଡରୁ ମିଳିଥିବା ମହିଳାଙ୍କ ମୁଣ୍ଡ ବୀହିନ ମୃତଦେହ ଚିହ୍ନଟ ସହ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ବିବାହକୁ ନେଇ ବିବାଦରୁ ପୁଷ୍ପଲତା ରାଉଳ ନାମକ ୨୮ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିବା ଗତକାଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସ୍ପଷ୍ଟ କରିଥିଲେ।

ଦୋଷୀକୁ ଫାଶୀ ଦଣ୍ଡ ମିଳୁ ବୋଲି ମୃତ ପୁଷ୍ପଲତାଙ୍କ ମା' ମିନତି ବାରିକ କହିଛନ୍ତି। ସେ କହିଛନ୍ତି, 'ଅଭିଯୁକ୍ତ ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା, ଖାଇବାକୁ ଦେଉନଥିଲା। ମୁଁ ଲୁଚାଇକି ଝିଅ ପାଖକୁ ଟଙ୍କା ପଠାଉଥିଲି ଓ ସେହି ଟଙ୍କାରେ ସେ ଖାଏ। ଝିଅ ପୂର୍ବରୁ ବିବାହ କରିଥିଲା, ମୋ ପାଖରେ ତାର ୨ଟି ଝିଅ ଅଛନ୍ତି। ଏପରିକି ମନା କରିବା ସତ୍ତ୍ୱେ ମଧ୍ୟ ସେ ଆଉ ଜଣେ ପୁଅକୁ ବାହା ହୋଇଥିଲା। ବାହା ହେବା ପରେ ସେ ଦ୍ୱିତୀୟ ବିବାହ କରିଥିବା ପୁଅକୁ ଛାଡ଼ି ପୁଣି ଆସି ସଞ୍ଜୟ ପାଖରେ ରହିଥିଲା। ଏହି କାରଣ ପାଇଁ ମୁଁ ଝିଅକୁ ଘରେ ପଶିବା ପାଇଁ ଅନୁମତି ଦେଉନଥିଲି।'
ଝିଅର ମୃତ୍ୟୁ ଘଟିଥିବା ଜାଣି ଗାଁ ଲୋକଙ୍କ ଠାରୁ ଖବର ପାଇବା ସହ ତାର ପିନ୍ଧା ଶାଲ୍, ନାଇଟି ଦେଖି ଝିଅକୁ ଚିହ୍ନଟ କରିଥିଲି ବୋଲି ପୁଷ୍ପଲତାଙ୍କ ମା' ମିନତି କହିଛନ୍ତି।












Click it and Unblock the Notifications