ରାଜଧାନୀରେ ଲଜ୍ଜା: ୨ ନାବାଳିକାଙ୍କୁ ହାତ ଗୋଡ଼ ବାନ୍ଧି ରାତିସାରା ଗଣଦୁଷ୍କର୍ମ

ନାବାଳିକା ଦୁଇଜଣଙ୍କ ହାତ ଗୋଡ଼ ବାନ୍ଧି ରାତି ତମାମ ଅଭିଯୁକ୍ତମାନେ ଦୁଷ୍କର୍ମ କରି ଚାଲିଥିଲେ। ସକାଳୁ ସକାଳୁ ଦୁଇଜଣ ନାବାଳିକା ଘରକୁ ଫେରି ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ରଥମେ ସେମାନେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ ।

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା । ଦୁଇ ନାବାଳିକାଙ୍କୁ ହାତ ଗୋଡ଼ ବାନ୍ଧି ରାତିସାରା ଗଣଦୁଷ୍କର୍ମର ଅଭିଯୋଗ । ପଟିଆ ରେଳ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ହୋଇଛି ଗଣଦୁଷ୍କର୍ମ । ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ନାବାଳିକା ଦିବ୍ୟାଙ୍ଗ ଥିବା ସୂଚନା ମିଳିଛି । ନାବାଳିକା ଦୁଇଜଣଙ୍କ ହାତ ଗୋଡ଼ ବାନ୍ଧି ରାତି ତମାମ ଅଭିଯୁକ୍ତମାନେ ଦୁଷ୍କର୍ମ କରି ଚାଲିଥିଲେ। ସକାଳୁ ସକାଳୁ ଦୁଇଜଣ ନାବାଳିକା ଘରକୁ ଫେରି ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ରଥମେ ସେମାନେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ ।

Bhubaneswar

ପୀଡିତାଙ୍କ ଠାରୁ ପରିବାର ବର୍ଗ ଖବର ପାଇ ଅଭିଉକ୍ତଙ୍କୁ ପଚରା ଉଚରା କରାଯିବା ବେଳେ ମାମଲାର ରଫାଦଫା ପାଇଁ ଅର୍ଥ ଲୋଭ ଦେଖାଇଥିଲେ ଅଭିଯୁକ୍ତଙ୍କ ପରିବାର । ପରେ ଘଟଣା ବିଷୟରେ ଜାଣିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଇନଫୋସିଟି ଥାନାକୁ ଜଣାଇଥିଲେ । ପୋଲିସ ପୀଡିତାଙ୍କୁ ଉଦ୍ଧାର କରିଥିଲେ । ପୀଡିତାଙ୍କ ପକ୍ଷରୁ ଥାନାରେ ମାମଲାରୁ ରୁଜୁ କରାଯାଇଛି । ପୋଲିସ ଘଟଣା ସ୍ଥଳକୁ ପିଡିତାଙ୍କ ସହ ଯାଇ ତଦନ୍ତ ଆରମ୍ଭ କରିଛି । ଘଟଣା ଜିଆରପି ଥାନା ଅଧୀନରେ ଆସୁଥିବାରୁ ଭୁବନେଶ୍ୱର ଜିଆରପି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଗତରାତିରେ ଏହି ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣ ଯୁବକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି । ତେବେ ଗଣଦୁଷ୍କର୍ମ କରିଥିବା ଦୁଇ ଯୁବକ ସ୍ଥାନୀୟ ଅଞ୍ଚଳରେ ମାଛ ବେପାର କରିଥାନ୍ତି ବୋଲି ପୋଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ପଟିଆ ଅଞ୍ଚଳର ଦୁଇ ଜଣ ନାବାଳିକା (ଜଣେ ୧୨ ବର୍ଷ , ଆଉ ଜଣେ ୧୪ ବର୍ଷ) ଇଂଜଣା ଅଞ୍ଚଳରେ ରହୁଥିବା ମାମୁଁ ଘରକୁ ବୁଲିବାକୁ ଆସିଥିଲେ। ସଂଧ୍ୟାରେ ପଟିଆ ଷ୍ଟେସନ ଅଞ୍ଚଳକୁ ବୁଲାବୁଲି କରିବାକୁ ଯାଇଥିଲେ। ଏହିସମୟରେ ଦୁଇ ଜଣ ଯୁବକ ସେମାନଙ୍କୁ ପଟିଆ ରେଲବାଇ ଓଭରବ୍ରିଜ୍ ଉପରକୁ ଟେକି ନେଇ ଯାଇଥିଲେ। ସେଠାରେ ଦୁଇ ଯୁବକ ଦୁଇ ନାବାଳିକାଙ୍କୁ ବାନ୍ଧି ପକାଇ ଦୁଷ୍କର୍ମ କରି ଚାଲିଥିଲେ। ରାତିସାରା ସେମାନେ ଦୁଷ୍କର୍ମ କରି ଚାଲିଥିଲେ। ନାବାଳିକା ଦୁହେଁ ଯେତେ ଚିତ୍କାର କରିଥିଲେ ମଧ୍ୟ ଶୁଣିବାକୁ କେହି ନଥିଲେ।

ପ୍ରକାଶଥାଉ କି, ହକି ବିଶ୍ବକପ ପାଇଁ ସାରା ଭୁବନେଶ୍ବର ପ୍ରତି ଛକକୁ ଜଗିଛି ପୋଲିସ । ରାତିସାରା ଭ୍ୟାନ ପଇଁତରା ମାରୁଛି । କିନ୍ତୁ, ଏଭଳି ପରିସ୍ଥିତିରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ଏହି ଗଣଦୁଷ୍କର୍ମ ଘଟଣା । ସେହିପରି ପଟିଆ ଷ୍ଟେସନରେ ଦିନ ଓ ରାତିତମାମ ଆରପିଏଫ୍‌ର ପାଟ୍ରୋଲିଂ ଚାଲିଥିବାବେଳେ କେଉଁ ପରିସ୍ଥିତିରେ ଏପରି ଏକ ଜଘନ୍ୟ କାଣ୍ଡ ଘଟିଗଲା, ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+