ଚୋରି କାରିବା ପୂର୍ବରୁ ଠାକୁରଙ୍କୁ ରସଗୋଲା ଭୋଗ ଦେଉଥିଲେ ଏହି ସଂସ୍କାରୀ ଚୋର !
କମିଶନରେଟ ପୋଲିସ ହାବୁଡରେ ସଂସ୍କାରୀ ଚୋର ! ରାଜଧାନୀରେ ଔଷଧ ଦୋକାନରୁ ଲୁଟ୍ ଘଟଣାରେ ଧରାପଡିଥିବା ଲୁଟେରାମାନେ ସଂସ୍କାରୀ ବୋଲି ସୋସିଆଲ ମିଡିଆରେ ଏମିତି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
ଭୁବନେଶ୍ୱର: କମିଶନରେଟ ପୋଲିସ ହାବୁଡରେ ସଂସ୍କାରୀ ଚୋର ! ରାଜଧାନୀରେ ଔଷଧ ଦୋକାନରୁ ଲୁଟ୍ ଘଟଣାରେ ଧରାପଡିଥିବା ଲୁଟେରାମାନେ ସଂସ୍କାରୀ ବୋଲି ସୋସିଆଲ ମିଡିଆରେ ଏମିତି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

କାରଣ ଚୋରି କାରିବା ପୂର୍ବରୁ ଠାକୁରଙ୍କୁ ରସଗୋଲା ଭୋଗ କରୁଥିଲେ ଏହି ଲୁଟେରା । ଠାକୁରଙ୍କୁ ପ୍ଲାଷ୍ଟିକ୍ ଚେୟାର୍ରେ ରଖି ପୂଜା କରୁଥିଲେ। ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଭୋଗ ଦେଉଥିଲେ। ଧୂପ୍ ମଧ୍ୟ ଜାଳୁଥିଲେ। ସୁଧାର ବ୍ୟକ୍ତିଙ୍କ ଭଳି ହାତ ଯୋଡ଼ି ଜୁହାର ହେଉଥିଲେ। ଆଉ ତା'ପରେ ଔଷଧ ଦୋକାନରେ କଳାକନା ବୁଲାଉଥିଲେ।
ଭୁବନେଶ୍ୱରରେ ଔଷଧ ଦୋକାନୀଙ୍କୁ ଚକମା ଦେଇ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ। ଘଟଣାରେ ଜଡିତ ୪ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପଶ୍ଚିମବଙ୍ଗରେ ଚୋରି କରି ବାରମ୍ବାର ଗିରଫ ହେବା ପରେ ପଡୋଶୀ ଓଡିଶାକୁ ଟାର୍ଗେଟ କରିଥିଲେ ଏମାନେ ।
ତେବେ ସେମାନଙ୍କୁ ଆଜି କମିଶନରେଟ ପୋଲିସ ଗିରଫ କରିବା ସହତି ନଗଦ ୩୯ ହଜାର ଟଙ୍କା, ଗୋଟିଏ ଆଧାର କାର୍ଡ, ୨ଟି ଭୋଟ ଆଇଡି, ୪ଟି ମୋବାଇଲ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମାଷ୍ଟର ମାଇଣ୍ଡ ଥିଲା ରଙ୍ଗ ମିସ୍ତ୍ରୀ ରାଜୁ ସିଂ। ଅନ୍ୟ ଅଭିଯୁକ୍ତଙ୍କ ନାମ ହେଲା ରାଜୁ, ଶଙ୍କର, ସୋନୁ ଓ ଶାମ ।
ପ୍ରଥମେ ବ୍ରହ୍ମପୁରରୁ ଲକ୍ଷାଧିକ ଟଙ୍କା ଚୋରି କରିବା ପରେ ସ୍ମାର୍ଟସିଟିକୁ କରିଥିଲେ ଟାର୍ଗେଟ । ବଡ଼ଗଡ଼ ଅଞ୍ଚଳରୁ ୩୫ ହଜାର, ରବି ଟକିଜ ମେଡିସିନ ଷ୍ଟୋରରୁ ୨୦ ହଜାର, ନୟାପଲ୍ଲୀରୁ ୪୮ ହଜାର ଏବଂ ଖାରବେଳ ଅଞ୍ଚଳରୁ ୬ ହଜାର ଟଙ୍କା ଲୁଟି ନେଇଥିଲେ ।
ଭୁବନେଶ୍ୱର ରେଳ ଷ୍ଟେସନ ପାଖ ଏକ ଗେଷ୍ଟ ହାଉସରେ ୨ ଟି ରୁମ୍ ନେଇ ରାଜୁ ଓ ତା'ର ସହଯୋଗୀ ରହିଥିଲେ। ଏହାପରେ ହୋଟେଲ୍ ବଦଳାଇବା ସହ ୨୦ ତାରିଖରେ ବଡ଼ଗଡ଼, ୨୧ରେ ନୟାପଲ୍ଲୀ, ୨୨ରେ ଶ୍ରୀଲିଙ୍ଗରାଜ ଓ ୨୪ରେ ଖାରବେଳ ନଗର ଥାନାର ବିଭିନ୍ନ ଔଷଧ ଦୋକାନରୁ ଠକାମୀ କରି ଲୁଟ୍ କରିଥିଲେ। କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଏମାନଙ୍କୁ ଧରିବାରେ ସଫଳ ହୋଇଛି।












Click it and Unblock the Notifications