ଲେଡିଙ୍କ ବ୍ଲାକମେଲରଙ୍କ ସହ ବଡବଡିଆଙ୍କ ଲିଙ୍କ୍: ଘର ପ୍ରତିଷ୍ଠାରେ ସାମିଲ ହୋଇଥିଲେ ପୂର୍ବତନ ବାଚସ୍ପତି
ହନିଟ୍ରାପ ପାଇଁ ଏବେ ହଲଚଲ ସାରା ଓଡ଼ିଶା । ଧୀରେ ଧୀରେ ଖୋଲୁଛି ମାୟାବିନୀ ଅର୍ଚ୍ଚନା ନାଗର ମାୟାଜାଲର ଗୁମର। ଲେଡି ବ୍ଲାକମଲରଙ୍କ ସହ ବହୁ ରାଜନୈତିକ ନେତା ଓ ବଡ଼ବଡ଼ିଆ ଲୋକଙ୍କ ଲିଙ୍କ ଏବେ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ସୋସିଆଲ ମିଡିଆରେ ଘୁରି ବୁଲୁଛି ଅନେକ
ଭୁବନେଶ୍ୱର: ହନିଟ୍ରାପ ପାଇଁ ଏବେ ହଲଚଲ ସାରା ଓଡ଼ିଶା । ଧୀରେ ଧୀରେ ଖୋଲୁଛି ମାୟାବିନୀ ଅର୍ଚ୍ଚନା ନାଗର ମାୟାଜାଲର ଗୁମର। ଲେଡି ବ୍ଲାକମଲରଙ୍କ ସହ ବହୁ ରାଜନୈତିକ ନେତା ଓ ବଡ଼ବଡ଼ିଆ ଲୋକଙ୍କ ଲିଙ୍କ ଏବେ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ସୋସିଆଲ ମିଡିଆରେ ଘୁରି ବୁଲୁଛି ଅନେକ ଫଟୋ ।

ତେବେ ଏହି ଫଟୋ ଭିତରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ଲେଡି ବ୍ଲାକମେଲରଙ୍କ ଫଟୋ ଏବେ ନିଆଁରେ ଘିଅ ଢାଳିଛି । ସତ୍ୟବିହାର ସ୍ଥିତ ଅର୍ଚ୍ଚନାଙ୍କ ଘରକୁ ଉଦଘାଟନ କରିବା ପାଇଁ ସୂର୍ଯ୍ୟନାରାୟଣ ପାତ୍ର ଯାଇଥିଲେ । ଆଉ ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ, ସୂର୍ଯ୍ୟପାତ୍ରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
ସେହିପରି ଫଟୋ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ରହିଛନ୍ତି । ଗୋଟିଏ ଫଟୋରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ଉଭୟେ ଅଛନ୍ତି । ସେହିପରି ଆଉ ଏକ ଫଟୋରେ କେବଳ ଜଗବନ୍ଧୁଙ୍କ ସହିତ ସୂର୍ଯ୍ୟ ପାତ୍ର ଓ ମନ୍ମଥ ରାଉତରାୟ ରହିଛନ୍ତି । ଘର ପ୍ରତିଷ୍ଠାରେ ୭୦ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଆଉ ରୋଷେଇ କରିବା ପାଇଁ କୋଲକାତାରୁ ରୋଷେୟା ଆସିଥିଲେ । ତେବେ ଏ ଫଟୋ ସଂପର୍କରେ ସୂର୍ଯ୍ୟ ପାତ୍ର କିମ୍ବା ମନ୍ମଥ ରାଉତରାୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ମନ୍ମଥଙ୍କ ବାପା ସୁର ରାଉତରାୟ କହିଛନ୍ତି, ଏହି ମାମଲାରେ ଯାହାର ବି ନାଁ ଆସୁଛି, ସମସ୍ତଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଉ ।
ସେପଟେ ସାମ୍ନାକୁ ଅର୍ଚ୍ଚନା ନାଗଙ୍କ ଆଉ ଏକ ହ୍ୱାଟ୍ସଆପ୍ ଚାଟ୍ । ଏହି ଚାଟ୍ରୁ ଜଣା ପଡୁଛି ଜଣେ ଝିଅଙ୍କ ସହିତ ଚାଟ୍ କରୁଛନ୍ତି ଲେଡି ବ୍ଲାକମେଲ ଅର୍ଚ୍ଚନା। ଯୁବତୀଙ୍କୁ ବୁଝାଇବାକୁ, ମନେଇବାକୁ ଲେଡି ବ୍ଲାକମେଲର୍ ଚେଷ୍ଟା କରୁଛନ୍ତି। ହେଲେ ଯୁବତୀ ଜଣକ କହୁଛନ୍ତି, ବହୁତ ଟଙ୍କା ଦେବେ ବୋଲି କହିବାରୁ ସେମାନଙ୍କ କଥାରେ ମୁଁ ରାଜି ହୋଇଥିଲି। ଏବେ ନ ମାନିଲେ ଜୀବନ ପ୍ରତି ବିପଦ ଅଛି। ତେବେ କାହାକୁ ସେ ଇଙ୍ଗିତ କରୁଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନି।
ରହସ୍ୟମୟୀ ମହିଳା ଜଣକ ପଚାରୁଛନ୍ତି- ସେମାନଙ୍କୁ ପ୍ରମାଣ ଦେଇ ଦେଇଛ କି ? ତେବେ ଏ ସମ୍ପର୍କରେ ଯୁବତୀ ଜଣକ ହଁ କି ନା କିଛି ବି କହୁ ନାହାନ୍ତି। ଲେଡି ବ୍ଲାକମେଲର୍ ଜଣକ ଉକ୍ତ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି, ସେ ଯାହା କହିବ, ତାକୁ ମାନିବେ। ଏପରିକି ଯାହା ବି ମାଗିବେ, ତାହା ଦିଆଯିବ ବୋଲି ରହସ୍ୟମୟୀ ମହିଳା କହିଛନ୍ତି। ସାହାଯ୍ୟ କରି ଯୁବତୀଙ୍କ ଭବିଷ୍ୟତ ସଜାଡ଼ି ଦେବାର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ଲେଡି ବ୍ଲାକମେଲର୍।
ଏହାପରେ ଯୁବତୀ ଜଣକ ଏକ ସର୍ତ୍ତ ବି ରଖିଛନ୍ତି, ତାଙ୍କ ରୁମ୍କୁ କେହି ବି ବିନା ଅନୁମତିରେ ଯିବେନି। ଧମକ ଦେଇ ଯୁବତୀ କହିଛନ୍ତି, ନ ହେଲେ ମୋ'ଠାରୁ ଅଧିକ କେହି ଖରାପ ହେବେନି। ସମ୍ପୃକ୍ତ ଯୁବତୀ ଏହା ମଧ୍ୟ କହିଛନ୍ତି- ଯିଏ ଆପଣଙ୍କୁ ପଠାଇଥିଲେ, ସିଧା ତାଙ୍କ ଘରକୁ ଯିବି।
ଅନ୍ୟପଟେ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହିତ ମଧ୍ୟ ସେହି ବ୍ଲାକମେଲର୍ ଲେଡିଙ୍କ ସ୍ୱାମୀଙ୍କ ଫଟୋ ରହିଛି । ଗୋଟିଏ ଫ୍ରେମରେ ଜଗନ୍ନାଥ ସାରକାଙ୍କ ସହିତ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଅଛନ୍ତି । ଏ ସଂପର୍କରେ ମନ୍ତ୍ରୀ ସାରକା କହିଛନ୍ତି, ସେହି ମହିଳା କି ତାଙ୍କ ସ୍ୱାମୀଙ୍କୁ ଚିହ୍ନି ନାହାନ୍ତି । ଏପରିକି ତାଙ୍କ ସହିତ କଥା ହେବାର ମନେ ପଡୁନି କି ଚେହେରା ବି ମନେ ନାହିଁ ।












Click it and Unblock the Notifications