ଅର୍ଚ୍ଚନାର 'ନାଗ ଫାସ': ଧିରେ ଧିରେ ଖୋଲୁଛି ସେକ୍ସ ସିଣ୍ଡିକେଟର ଗୁମର
ପୋଲିସ ହାତରେ ଲାଗିଛି ଲେଡି ବ୍ଲାକମେଲର ଇ ମେଲ୍ ଆଇଡି । ମେଲରୁ ମିଳିଲା ଦେହଜୀବୀଙ୍କ ଫଟୋ ଓ ତଥ୍ୟ । ରାଜ୍ୟ ତଥା ରାଜ୍ୟ ବାହାର ଯୁବତୀ ଆଣି ଅର୍ଚ୍ଚନା ଚଳାଇଥିଲା ହନୀଟ୍ରାପ ।
Bhubaneswar Lady Blackmailer: ଖୋଲୁଛି ମାୟାବୀନ ଅର୍ଚ୍ଚନା ନାଗ ଫାସର ଗୁମର । ଧିରେ ଧିରେ ସାମ୍ନାକୁ ଆସୁଛି ସେକ୍ସ ସିଣ୍ଡିକେଟର କାହାଣୀ । ଏଥିରେ ରହିଛି ହାଇପ୍ରୋଫାଇଲ ଲିଙ୍କ୍ । ପୋଲିସ ହାତରେ ଲାଗିଛି ଲେଡି ବ୍ଲାକମେଲର ଇ ମେଲ୍ ଆଇଡି । ମେଲରୁ ମିଳିଲା ଦେହଜୀବୀଙ୍କ ଫଟୋ ଓ ତଥ୍ୟ । ରାଜ୍ୟ ତଥା ରାଜ୍ୟ ବାହାର ଯୁବତୀ ଆଣି ଅର୍ଚ୍ଚନା ଚଳାଇଥିଲା ହନୀଟ୍ରାପ । ମେଲରେ ରହିଛି ବହୁ ବଡ଼ ବଡ଼ିଆ, ଫିଲ୍ମ ପ୍ରଯୋଜକ, ବିଲ୍ଡର, ରେଳୱେ ଅଧିକାରୀଙ୍କ ଫଟୋ ।

୨୦୧୮ରୁ ଅର୍ଚ୍ଚନା ଚଳାଇଥିଲା ସେକ୍ସ ରାକେଟ । ପ୍ରାୟ ୨୦ ଜଣ ଯୁବତୀଙ୍କୁ ମଧ୍ୟ ଏହି କାମରେ ଲଗାଉଥିବା ସୂଚନା ମିଳିଛି। ଏଥିପାଇଁ ସେ ତାଙ୍କ ଫାର୍ମ ହାଉସକୁ ବ୍ୟବହାର କରୁଥିଲେ। ଅର୍ଚ୍ଚନା ସବୁବେଳେ ଧନୀ ଶ୍ରେଣୀର ଗ୍ରାହ ଖୋଜୁଥିଲେ। ସେ ଜଣେ ଗ୍ରାହକଙ୍କ ଠାରୁ ଅତି କମରେ ୫୦୦୦୦ ଟଙ୍କା ଚାର୍ଜ କରୁଥିଲେ। ତା ଠାରୁ ଅଧିକ ହେଲେ ସେ ନିଜେ ସେବା ଦେବାକୁ ଯାଉଥିଲେ। ରାଜ ପରିବାରର ଜଣେ ସଦସ୍ୟଙ୍କୁ ବ୍ଲାକମେଲ କରି ଅର୍ଚ୍ଚନା ପ୍ରାୟ କୋଟିଏ ଟଙ୍କା ଲୁଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଅର୍ଚ୍ଚନାଙ୍କ ଦେବ ବ୍ୟବସାୟ ବିଷୟରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଜାଣିଥିଲେ। ଜଗବନ୍ଧୁ ଓ ଅନ୍ୟ ତିନି ଜଣ ଏଥିରେ ସାହାଯ୍ୟ ମଧ୍ୟ କରୁଥିବା ସୂଚନା ମିଳିଛି।
ତେବେ ଅର୍ଚ୍ଚନା ନାଗଙ୍କ ଚେର କେବଳ ଓଡ଼ିଶାରେ ସମୀତି ନଥିଲା, ବାହାର ରାଜ୍ୟରୁ ଆସୁଥିବା ବଡ଼ ବଡ଼ ଅଭିନେତା ଓ ପ୍ରତିଷ୍ଠିତ ଲୋକ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ରୂପଜୀବୀଙ୍କ ମଧ୍ୟରେ ଅନେକ ଶିକ୍ଷିତ ଓ ନାମିଦାମୀ ଘରର ଯୁବତୀ ଅଛନ୍ତି। ଅର୍ଚ୍ଚନା ସେମାନଙ୍କୁ ଏକ ଅଫର ଦେଉଥିଲେ। ଗ୍ରାହକଙ୍କୁ ସେବା ଯୋଗାଇବା ସମୟର ଫଟୋ ଓ ଭିଡିଓ ସଂଗ୍ରହ କଲେ ଅଧିକ ଟଙ୍କା ଦେବାକୁ ପ୍ରଲୋଭନ ଦେଖାଉଥିଲେ। ଆଉ ସେହି ଫଟୋକୁ ଦେଖାଇ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ୍ୟ ଟଙ୍କା ଲୁଟୁଥିଲେ। ଅର୍ଚ୍ଚନାଙ୍କ ନିକଟରେ କାମ କରୁଥିବା କିଛି ଯୁବତୀଙ୍କ ଫଟୋ, ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମିଳିଛି।

ସେପଟେ ଘଟଣାକୁ ନେଇ ପୋଲିସ ନିରବ ରହିବାକୁ ନେଇ ଉଠିଛି ପ୍ରଶ୍ନ । ଯୁବତୀଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଓ ପୁଣି ତାଙ୍କୁ ମାଧ୍ୟମ କରି ବଡ଼ ବଡ଼ ଲୋକଙ୍କୁ ବ୍ଲାକମେଲ କରିବା ଭଳି ସଙ୍ଗୀନ ଅଭିଯୋଗରେ ଅର୍ଚ୍ଚନା ଗିରଫ ହୋଇଥିଲେ ମଧ୍ୟ ପୋଲିସ କିଛି ସୂଚନା ଦେଉନାହିଁ । ଗଣମାଧ୍ୟମକୁ ଏଡାଇ ଯାଇ ପୁଣି ସତର୍କତାର ସହ ରାତିଅଧିଆ ଅର୍ଚ୍ଚନାକୁ କୋର୍ଟ ଚାଲାଣ କରିଛି ।
କେମିତି ଚାଲୁଥିଲା ସେକ୍ସ ରାକେଟ ?
ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସଂପର୍କୀୟ ଭାଇ ଖଗେଶ୍ବର ମିଳିତ ଭାବେ ସତ୍ୟବିହାରସ୍ଥିତ ଘରେ ସେକ୍ସ ରାକେଟ ଚଳାଉଥିଲେ। ବଡବଡିଆ ଓ ପଇସାବାଲାଙ୍କୁ ଦେଖି ପ୍ରଥମେ ଅର୍ଚ୍ଚନା ନାଗ ସେମାନଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉ ଥିଲେ। ପରେ ଫୋନ ନମ୍ବର ମାଗୁଥିଲେ। କିଛି ଦିନର କଥାବାର୍ତ୍ତା ପରେ ମିଛ ପ୍ରେମ ଜାଲରେ ଫସାଇ ନିଜ ଘରକୁ ଡାକୁଥିଲେ। ଆଉ ବେଡରୁମରେ ଗୁପ୍ତ କ୍ୟାମେରା ଲଗାଇ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ କରୁଥିଲେ। ପରେ ସେହି ଭିଡିଓ ଦେଖାଇ ଉକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ଏଥିରେ ଅର୍ଚ୍ଚନାଙ୍କ ସ୍ୱାମୀ ଓ ସମ୍ପର୍କୀୟ ଭାଇ ସାହାଯ୍ୟ କରୁଥିବା କୁହାଯାଉଛି ।

କିଏ ଥିଲେ ଗ୍ରାହକ ?
ଅର୍ଚ୍ଚନା ଛୋଟକାଟିଆ ନୁହଁ, ଟଙ୍କାବାଲା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଖି ହାତ ମାରୁଥିଲେ। ବ୍ୟବସାୟୀ, ବିଲଡର୍, ଫିଲ୍ମ ପ୍ରଯୋଜକଙ୍କୁ ସେ ଟାର୍ଗେଟ କରୁଥିଲେ। ଦୁଇବର୍ଷ ତଳେ ଅର୍ଚ୍ଚନା ଜଣେ ପ୍ରଭାବଶାଳୀ ନେତାଙ୍କୁ ଜାଲରେ ଫସାଇ ୫୦ ଲକ୍ଷ ମାଗିଥିଲା। ମାମଲା ଥାନାକୁ ମଧ୍ୟ ଯାଇଥିଲା। କିନ୍ତୁ ପୋଲିସ ଉପରେ ଚାପ ପକାଇ ଅର୍ଚ୍ଚନା ଖସିଯାଇଥିଲେ। ଗତବର୍ଷ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଅର୍ଚ୍ଚନା ୫୦ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି । ଏବେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି ତିନି କୋଟି ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ଯାହା ପରେ ସେ ଗିରଫ ହୋଇଛନ୍ତି। ତେବେ ବର୍ତ୍ତମାନ ଅର୍ଚ୍ଚନାଙ୍କ ଅନେକ ଗୁଡାଏ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫୋଟ ମୋବାଇରୁ ମୋବାଇଲକୁ ଘୁରିବୁଲିଛି।
କେତେ ସମ୍ପତ୍ତି ମାଲିକ ଅର୍ଚ୍ଚନା ?
ସୂତ୍ରାନୁସାରେ, ଦମ୍ପତ୍ତି ନମ୍ବର ୪୨୦ଙ୍କର ଭୁବନେଶ୍ୱରରେ ଏକ ବିଳାସମୟ କୋଠା ଓ ଫାର୍ମହାଉସ୍ ଅଛି। ବିଏମଡବ୍ଲୁ, ମହିନ୍ଦ୍ରା ଥର, ଫୋର୍ଡ ଏଣ୍ଡେଭର, ଟୋଏଟା ଫର୍ଚୁନର, ହୁଣ୍ଡାଇ ଆଇ ୨୦ ଭଳି ଦାମୀ ଓ ଆଲିସାନ ଗାଡ଼ି ଚଢୁଛନ୍ତି। ଫୁଲନଖରା ନିକଟରେ ଏକ କାର୍ ସୋ ରୁମ୍ ରହିଛି। ଏହି ସୋ ରୁମରେ ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ସମ୍ପର୍କୀୟଙ୍କ ସେୟାର ଥିବା ଚର୍ଚ୍ଚା ହେଉଛି। ଅର୍ଚ୍ଚନାଙ୍କ ବଙ୍ଗଳାରେ କିଛି ଓଡିଆ ଫିଲ୍ମ ମଧ୍ୟ ସୁଟିଂ କରାଯାଇଛି। ମାତ୍ର ୫ ବର୍ଷରେ ଅର୍ଚ୍ଚନା ଓ ଜଗବନ୍ଧୁ ୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି ବୋଲି କୁହାଯାଉଛି।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications