'ବିବାହ ବିବାଦରୁ ହତ୍ୟା' : ଅଭିଯୁକ୍ତ ଦେଖାଇଲା କେଉଁଠି ଫୋପାଡି ଥିଲା କଟା ମୁଣ୍ଡ

ଗତ କିଛି ଦିନ ତଳେ ରାଜଧାନୀ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିଥିଲା । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ଭୁବନେଶ୍ୱର: ଗତ କିଛି ଦିନ ତଳେ ରାଜଧାନୀ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିଥିଲା । ଯାହାଙ୍କ ପରିଚୟ ଆଜି ମିଳିଥିବା ବେଳେ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସଞ୍ଜୟ ରାଉତ ଓ ତାଙ୍କ ସାଙ୍ଗ ଶ୍ରୀକାନ୍ତ ଦାସ । ସେପଟେ ମହିଳା ଜଣଙ୍କ ମଞ୍ଚେଶ୍ୱର ଥାନା ଅଞ୍ଚଳର ଧିରକୁଟବସ୍ତିର ବୋଲି ସ୍ପଷ୍ଟ ହୋଇଛି । ଅପରପକ୍ଷରେ ଅଭିଯୁକ୍ତମାନଙ୍କୁ ପୁଲିସ ଘଟଣାସ୍ଥଳକୁ ନେବା ସହ ସିନ୍ ରିକ୍ରିସେନ୍ କରିଛି । ଏଥିସହିତ ଅଭିଯୁକ୍ତମାନେ ଯେଉଁ ଜଙ୍ଗଲରେ କଟା ମୁଣ୍ଡ ଫୋପାଡିଥିଲେ ଉକ୍ତ ସ୍ଥାନକୁ ମଧ୍ୟ ପୁଲିସକୁ ନେଇକି ଯାଇଛନ୍ତି । ସେହିପରି ମହିଳାଙ୍କୁ ହତ୍ୟା କରିବା ପରେ ବିଳମ୍ବିତ ରାତିରେ ଦଶପଲ୍ଲାରେ ବନ୍ଧୁଙ୍କ ଘରେ ଲୁଚିଥିଲେ ଅଭିଯୁକ୍ତ । ଦୁଇ ଅପରାଧୀଙ୍କୁ ଗିରଫ କରାଯାଇଛି । କୋର୍ଟକୁ ପଠାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ କମିଶନର ସୁଧାଶୁ ଷଡଙ୍ଗୀ । ବିବାହ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସେ କହିଛନ୍ତି ।

Headless Body

ହତ୍ୟା ପଛର କାହାଣୀ

ରାଜଧାନୀରେ ମୁଣ୍ଡବିହୀନ ଶବର ପର୍ଦ୍ଦାଫାଶ୍ କରିଛି କମିଶନରେଟ୍ ପୁଲିସ । ମୃତ ମହିଳାଙ୍କ ନାଁ ପୁଷ୍ପଲତା ଓ ତାଙ୍କ ଘର ମଞ୍ଜେଶ୍ୱରର ଧୀରକୁଟ୍ ବସ୍ତିରେ ବୋଲି ପୁଲିସ କହିଛି । ତେବେ ହତ୍ୟା ପଛର କାହାଣୀ ଉନ୍ମୋଚନ କରିଛି କମିଶନରେଟ୍ ପୁଲିସ । ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ହତ୍ୟା ପଛର କାହାଣୀ କହିଛନ୍ତି । ମୃତ ପୁଷ୍ଟଲତାଙ୍କ ସ୍ୱାମୀଙ୍କର ମୃତ୍ୟୁ ପରେ ସଞ୍ଜୟ ରାଉତଙ୍କୁ ବିବାହ କରିଥିଲେ । ତାଙ୍କ ସହ 6ରୁ 7 ବର୍ଷ ରହିବା ପରେ ସେ ସଞ୍ଜୟଙ୍କୁ ଛାଡି ପ୍ରତୀରଞ୍ଜନଙ୍କୁ ବିବାହ କରିଥିଲେ । ହେଲେ ପୁଣି ପ୍ରତୀରଞ୍ଜନଙ୍କୁ ଛାଡି ସଞ୍ଜୟଙ୍କ ପାଖରେ ରହିଥିଲେ । ଏହାକୁ ନେଇ ବିବାଦ ହେବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି । ଏଠାରେ ସୂଚନାଥାଉକି, ମହିଳାଙ୍କ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ମିଳିଛି । ପରିଚୟ ପାଇବା ପାଇଁ ପୁଲିସକୁ ଅନେକ ଚାଲେଞ୍ଜିଂର ସମ୍ମୁଖିନ ହେବାକୁ ପଡିଥିଲା ବୋଲି ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଗତ 9 ତାରିଖରେ ମହିଳାଙ୍କ ପରିଚୟ ମିଳିବା ପରେ ପୁଲିସ ଘଟଣାର ଅଧିକ ଖୋଳତାଡ କରିଥିଲା । ଏହି ମାମଲାର ତଦନ୍ତ ପାଇଁ କମିଶନରେଟ୍ ପୁଲିସର 20 ଜଣ ଅଧିକାରୀ ସାମିଲ ହୋଇଥିଲେ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+