ଭୁବନେଶ୍ୱର ମୁଣ୍ଡବିହୀନ ମୃତଦେହ ଘଟଣା: ମିଳିଲା ମୃତ ମହିଳାଙ୍କ ପରିଚୟ

ମହିଳାଙ୍କ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ମିଳିଛି । ମୃତ ମହିଳା ଭୁବନେଶ୍ୱରର ବୋଲି ଜଣାପଡିଛି ।

ଭୁବନେଶ୍ୱର: ଗତ କିଛି ଦିନ ତଳେ ରାଜଧାନୀ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିଥିଲା । ଯାହାର ପରିଚୟ ଖୋଜିବାକୁ ବିଭିନ୍ନ ଉପାୟରେ ଖୋଳତାଡ ଆରମ୍ଭ କରିଥିଲା କମିଶନରେଟ ପୋଲିସ। ଯାହାଙ୍କ ପରିଚୟ ଆଜି ମିଳିଥିବା ସୂଚନା ରହିଛି ।

Headless Body

ମହିଳାଙ୍କ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ମିଳିଛି । ମୃତ ମହିଳା ଭୁବନେଶ୍ୱରର ବୋଲି ଜଣାପଡିଛି । ଆଜି ପ୍ରେସମିଟରେ କମିଶନରେଟ୍ ପୋଲିସ ଏନେଇ ଖୁଲାସା କରିବେ ବୋଲି ଜଣାପଡିଛି । ଭୁବନେଶ୍ୱରଠୁ ୪୦-୫୦କିମି ଦୂରରେ ମହିଳାଙ୍କୁ ହତ୍ୟାକରି ଅନ୍ଧାରୁଆ-ଦାସପୁର ରାସ୍ତାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ପରିଚୟ ଲୁଚାଇବା ପାଇଁ ହତ୍ୟାକାରୀ ମୁଣ୍ଡକୁ ଅନ୍ୟତ୍ର ଫିଙ୍ଗିଥିଲା ।

ସପ୍ତାହ ତଳେ ଭରତପୁର-ଚନ୍ଦକା ରାସ୍ତାକଡ଼ ବୁଦାରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ଅନୁସନ୍ଧାନରୁ ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା । ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୁଲିସ ଘୋଷଣା କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+