ଫାର୍ମହାଉସ୍ ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ନନ୍ଦନକାନନର ଏକ ଫାର୍ମ ହାଉସ ଫୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ନାଁ କାମିନୀ ପ୍ରିୟଦର୍ଶୀନି।
ଭୁବନେଶ୍ୱର: ନନ୍ଦନକାନନର ଏକ ଫାର୍ମ ହାଉସ ଫୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ନାଁ କାମିନୀ ପ୍ରିୟଦର୍ଶୀନି। ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ ତାଙ୍କ ଘର। ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ମେକାନିକାଲ୍ ପ୍ରଫେସର ଅଛନ୍ତି।ତେବେ ଛାତ୍ରୀଙ୍କ କିପରି ମୃତ୍ୟୁ ହେଲା ବର୍ତ୍ତମାନ ସୁଦ୍ଧା ଜଣାପଡିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ କାମିନୀ ଗତକାଲି ରାତି ପ୍ରାୟ ୧୨ଟାରେ ନିଜ ମା'ଙ୍କ ସହ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳକୁ ତାଙ୍କ ମା' ଉଠି ଝିଅ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରିବାରୁ ଘରର କବାଟ ଓ ଗେଟ୍ ଖୋଲାଥିବା ଦେଖିବାକୁ ପାଇଥିଲେ। ଗେଟ୍ ନିକଟରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅର ସନ୍ଧାନ ପାଇ ନ ଥିଲେ।
ସେପଟେ, ଝିଅର ମୃତଦେହ ମିଳିବା ପରେ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଝିଅ ପାଠପଢାରେ ବହୁତ ଆଗ୍ରହୀ ଥିଲା । ଜେଇଇ ଏଣ୍ଟ୍ରାନ୍ସରେ ମାର୍କ କମ୍ ଥିବାରୁ ମନଦୁଃଖରେ ଥିଲା । ରେଜଲ୍ଟ ଖରାପ ଯୋଗୁଁ ଘରେ କାନ୍ଦିଥିଲା ଝିଅ । ଯୁକ୍ତ ଦୁଇ ବିଜ୍ଞାନରେ ପଢୁଥିଲା, ୮୯% ମାର୍କ ରଖିଥିଲା । ଅଗଷ୍ଟ ପ୍ରଥମ ସପ୍ତାହରେ ବାହାରିଥିଲା ରେଜଲ୍ଟ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications