୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସହିଦନଗର ଥାନା ASI, ମାଡ଼ି ବସିଲା ଭିଜିଲାନ୍ସ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା ASI । ସହିଦ ନଗର ଥାନା ASI ମମତା ବସ୍ତିଆ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୧୫ ହଜାର ଲାଞ୍ଚ ନେଲା ବେଳେ ASI ଙ୍କୁ ଭିଜିଲାନ୍ସ ଧରିଛି ।
ମମତା ଏକ ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଆଜି ଲାଞ୍ଚ ନେଉଥିଲେ । ଏନେଇ ଏତଲାକାରୀ ଜଣଙ୍କ ପୂର୍ବରୁ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ । ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲେ ।

ତେବେ ଭିଜିଲାନ୍ସ ଟିମ ମମତାଙ୍କୁ ଗିରଫ କରିବା ପରେ ତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ଏହା ସହ ମମତାକୁ ଭିଜିଲାନ୍ସ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟକୁ ନେଇ ପଚରା ଉଚରା କରୁଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ମମତାଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।












Click it and Unblock the Notifications