Get Updates
Get notified of breaking news, exclusive insights, and must-see stories!

ଟଙ୍କା ବଢାଇଛି ସସପେନ୍ସ : ରାଜଧାନୀରୁ ବ୍ୟାଗ ଭର୍ତ୍ତି 30 ଲକ୍ଷ ଟଙ୍କା ଜବତ

ବ୍ୟାଗରେ ଭର୍ତ୍ତି ହୋଇଥିବା 30 ଲକ୍ଷ ଟଙ୍କା ସହ ଜଣେ ଯୁକକୁ ଅଟକ ରଖିଛି ପୁଲିସ ।

ଭୁବନେଶ୍ୱର : ଆଜି ସକାଳୁ ରାଜଧାନୀ ହଇଚଇ । ବ୍ୟାଗରେ ଭର୍ତ୍ତି ହୋଇଥିବା 30 ଲକ୍ଷ ଟଙ୍କା ସହ ଜଣେ ଯୁକକୁ ଅଟକ ରଖିଛି ପୁଲିସ । ଉକ୍ତ ବ୍ୟକ୍ତିଙ୍କୁ ତପୋବନ ପେଟ୍ରୋଲ ପମ୍ପ ସାମ୍ନାରୁ ଖଣ୍ଡଗିରି ଥାନା ପୁଲିସର ପିସିଆର୍ ଧରିଥିବା ସୂଚନା ମିଳିଛି । ଅଟକ ଯୁବକଙ୍କ ନାମ ମହାବୀର ଦାସ ହୋଇଥିବା ବେଳେ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ପାରଳାଖେମୁଣ୍ଡିରୁ ମହାବୀର ଏହି ଟଙ୍କା ଭର୍ତ୍ତି ବ୍ୟାଗ୍ ଆଣିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ପାରଳାଖେମୁଣ୍ଡିରୁ ଆସିଥିବା ଏକ ବସରୁ ଓହ୍ଲାଇଥିଲେ ଜଣେ ଯୁବକ । ତପୋବନ ପେଟ୍ରୋଲ ପମ୍ପ ପାଖରେ ଖଣ୍ଡଗିରି ଥାନାର ପିସିଆର୍ ଭ୍ୟାନ ରହିଥିଲା । ଯୁବକ ଜଣଙ୍କ ହାବଭାବ ସନ୍ଦେହଜନକ ରହିବାରୁ ପୁଲିସ ତାଙ୍କ ପାଖକୁ ଯାଇ ପଚରାଉଚରା କରିଥିଲା । ଏଥିସହ ତାଙ୍କ ବ୍ୟାଗ ଯାଞ୍ଚ କରିଥିଲା ।

କମିଶନରେଟ୍ ପୋଲିସ

ଯେଉଁଥିରେ ଲକ୍ଷାଧିକ ଟଙ୍କା ଥିବା ଦେଖିବାକୁ ପାଇଥିଲା । ଏହାପରେ ପୁଲିସ ତାକୁ ଥାନାକୁ ଆଣିଥିଲା । ଅଟକ ଥିବା ଯୁବକ ଜଣଙ୍କ ଠାରୁ ଖବର ପାଇ ଏହାର ମାଲିକ ପ୍ରଳୟ ପାଢୀ ଥାନାରେ ପହଞ୍ଚିଛନ୍ତି । ପାରଳାଖେମୁଣ୍ଡିର ପାନ ମସଲା ବେପାରୀଙ୍କ ଠାରୁ ଏହି ଟଙ୍କା ଆଦାୟ ହୋଇଥିବା ସେ କହିଛନ୍ତି । ଲକଡାଉନ୍ କାରଣରୁ ବକେୟା ଟଙ୍କା ଆଦାୟ ହୋଇ ପାରିନଥିଲା । ଏଣୁ ମହାବିର ଟଙ୍କା ଆଦାୟ ପାଇଁ ଯାଇଥିଲେ ବୋଲି ପ୍ରଳୟ କହିଛନ୍ତି । ଏପରିକି ଏନେଇ ସମସ୍ତ କାଗଜପତ୍ର ସେ ପୁଲିସକୁ ଦେଖେଇବେ ବୋଲି ମଧ୍ୟ କହିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ 2 ଲକ୍ଷ ଟଙ୍କାରୁ ନଗଦ କାରବାର କରାଯାଇ ପାରିବ ନାହିଁ । 30 ଲକ୍ଷ ଟଙ୍କାର ନଗଦ ଟଙ୍କା କାରବାର କାହିଁକି ହେଉଥିଲା ତାକୁ ନେଇ ସସପେନ୍ସ ଦେଖା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+