ଭୀମ ଆର୍ମୀ ଅଧ୍ୟକ୍ଷ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲା ଜୀବନ

Chandrashekhar Azad Ravan Firing: ଆଜାଦ ସମାଜ ପାର୍ଟି (ଭୀମ ଆର୍ମି) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଉତ୍ତର ପ୍ରଦେଶର ସହାରନପୁର ନିକଟରେ ଏହି ଆକ୍ରମଣ ହୋଇଛି ।

Chandrashekhar Azad

ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭୀମ ଆର୍ମୀ ଅଧ୍ୟକ୍ଷ । ହରିୟାଣା ନମ୍ବର ପ୍ଲେଟ ରହିଥିବା ଗାଡ଼ିରେ ଆସିଥିବା ଅଜଣା ଦୁର୍ବୃତ୍ତ ଆଜାଦ ସମାଜ ପାର୍ଟି ସଭାପତିଙ୍କ ଉପରେ କରିଥିଲେ ଗୁଳିମାଡ଼। ଗୁଳି ଚନ୍ଦ୍ରଶେଖର ଆଜାଦ ରାବଣଙ୍କ ଅଣ୍ଟାକୁ ଛୁଇଁ ବାହାରି ଯାଇଛି। ଆହତ ଅବସ୍ଥାରେ ତାଙ୍କୁ ଦେଓବନ୍ଦ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଚନ୍ଦ୍ରଶେଖରଙ୍କ ଉପରେ ଆକ୍ରମଣ ହେବା ପରେ ପାର୍ଟି ତରଫରୁ ଏକ ଟ୍ୱିଟ କରାଯାଇଛି । ଏଥିରେ ଲେଖାଯାଇଛି କି ବହୁଜନ ଆନ୍ଦୋଳନକୁ ଚପାଇଦେବାକୁ ଏଭଳି ଆକ୍ରମଣ କରାଯାଇଛି । ଏହାସହ ପାର୍ଟି ତରଫରୁ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+