ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ । ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଛନ୍ତି ଦୀନକୃଷ୍ଣ । ଏଥିସହ ସେ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି ।
କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ ହେବ ବୋଲି ଜଣାଯାଇଛି । ଦୀନକୃଷ୍ଣ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ କେତେ ସତ କେତେ ମିଛ ପଲିଗ୍ରାଫ ଟେଷ୍ଟ ପରେ ସବୁ ପ୍ରମାଣିତ ହେବ ବୋଲି ଜଣାଯାଇଛି ।
ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଦୀନକୃଷ୍ଣ ଟେଷ୍ଟ ପାଇଁ ସହମତି ପ୍ରକାଶ କରିବା ପରେ ଆଜି ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଛି ।

ଗତ ୧୫ ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୁଲିସ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।












Click it and Unblock the Notifications