ଜୁଆରେ ସ୍ତ୍ରୀକୁ ବାଜିରେ ଲଗାଇଲା ସ୍ୱାମୀ : ହାରିବା ପରେ ହେଲା ଗଣଦୁଷ୍କର୍ମ
ଜୁଆ ହାରିବା ପରେ ସ୍ୱାମୀ ସ୍ତ୍ରୀକୁ ଜୁଆଡିଙ୍କ ପାଖରେ ଛାଡି ଦେଇଥିଲା। ଯେଉଁଠି ଜୁଆଡିମାନେ ସମସ୍ତେ ମିଶି ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ।
ଭାଗଲପୁର : ଭାଗଲପୁରର ମୋଜାହିଦପୁର ଥାନା ଅଧିନ ହସଂନଗଞ୍ଜରେ ରହୁଥିବା ସରୋଜ ହରିଜନ ନାମକ ବ୍ୟକ୍ତି ତା ପତ୍ନୀଙ୍କୁ ଦୁଷ୍କର୍ମ ପରେ ମୁହଁରେ ଏସିଡ୍ ପକାଇବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । ବାହାଘରର ଦଶ ବର୍ଷ ପରେ ବି ମା ହୋଇ ପାରି ନଥିବାରୁ ସ୍ତ୍ରୀକୁ ଜୁଆରେ ଲଗାଇଥିଲା ଏହି ସ୍ୱାମୀ ସଇତାନ୍ ସରୋଜ । ଜୁଆ ହାରିବା ପରେ ସ୍ୱାମୀ ସ୍ତ୍ରୀକୁ ଜୁଆଡିଙ୍କ ପାଖରେ ଛାଡି ଦେଇଥିଲା। ଯେଉଁଠି ଜୁଆଡିମାନେ ସମସ୍ତେ ମିଶି ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ । କଥା ଏତିକିରେ ଶେଷ ହୋଇ ନଥିଲା । ଗଣଦୁଷ୍କର୍ମ ପରେ ସ୍ୱାମୀ ଏସିଡ୍ ଆଣି ସ୍ତ୍ରୀର ଗୁପ୍ତାଙ୍ଗରେ ଓ ଶରୀରରେ ପକାଇ ଦେଇଥିଲା । ଏହି ଘଟଣା ପରେ ପୀଡିତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସବୁଠାରୁ ବଡ କଥା ହେଲେ ସ୍ୱାମୀର ଏହି ସଇତାନ କାରନାମା ପରେ ପରିବାର ଲୋକ ମିଶି ବୋହୂକୁ ଗୋଟିଏ ଘରର କୋଠରୀରେ ବନ୍ଦ କରି ଦେଇଥିଲା ।

ପାଖ ପଡୋଶୀ ଯେଭଳି ଏହି ଘଟଣାର କୌଣସି ସୁରାକ୍ ନ ପାଆନ୍ତି ତାକୁ ନେଇ ଏପରି କରିଯାଇଥିଲା । ଅପରପକ୍ଷରେ ଘରେ ତାର ଚିକିତ୍ସା କରାଯାଉଥିବା ବେଳେ ମଝିରେ ମଝିରେ ହସ୍ପିଟାଲ ନିଆଯାଉଥିଲା । ହେଲେ ପୀଡିତାଙ୍କୁ ପୁରା ନଜର ବନ୍ଦି କରି ରଖା ଯାଇଥିଲା । କୌଶଳ କ୍ରମେ ଉକ୍ତ ନର୍କରୁ ଖସି ଆସିଥିଲେ ପୀଡିତା ଜଣଙ୍କ । ବାପ ଘରେ ଘଟଣା ନେଇ ସମସ୍ତ କଥା କହିଥିଲେ ।
ଏହି ଘଟଣା ନଭେମ୍ବର ମାସରେ ହୋଇଥିବା ବେଳେ ଏବେ ଏହା ଉପରେ ଅଭିଯୋଗ ହୋଇଛି । ପୁଲିସ ଉକ୍ତ ଅଭିଯୋଗ ଉପରେ ମାମଲା ଦାୟର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।
ଏହି ଘଟଣାରେ ଦୋଷୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାଗଲପୁରର ଅତିରିକ୍ତ ଏସଏସପି ଆଶିଷ ଭାରତୀ କହିଛନ୍ତି । ଏହି ଘଟଣାରେ ନିନ୍ଦନୀୟ ବୋଲି ମଧ୍ୟ ସେ କହିଛନ୍ତି । ଏହା ଭାଗଲପୁରର ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ପୁଲିସ ବେଆଇନ୍ ଭାବରେ ଏସିଡ୍ ବିକ୍ରି କରୁଥିବା ଦୋକାନୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା କଥା କହିଥିଲା ।












Click it and Unblock the Notifications