‘ଦୁଷ୍କର୍ମ ଉଦ୍ୟମରୁ 8 ବର୍ଷର ଶିଶୁକନ୍ୟାର ଗଳା କାଟିଲେ’
ବ୍ରହ୍ମପୁର ଏସପି ପିନାକୀ ମିଶ୍ର କହିଛନ୍ତି, ଆମେ ପ୍ରାଥମିକ ତଦନ୍ତରୁ ଜାଣା ପଡିଛି ଯେ, ଦୁଇ ଦୁବୃର୍ତ୍ତ ନାବାଳିକାକୁ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ଧାରୁଆ ଅସ୍ତ୍ରରେ ତାକୁ ଆକ୍ରମଣ କରିଥିଲେ ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ସୋରଳ ଗ୍ରାମର ୮ ବର୍ଷର ଶିଶୁକନ୍ୟାର ଗଳାକାଟିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାକୁ ନେଇ ଏମିତି କିଛି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ସେ କହିଛନ୍ତି, ଆମେ ପ୍ରାଥମିକ ତଦନ୍ତରୁ ଜାଣା ପଡିଛି ଯେ, ଦୁଇ ଦୁବୃର୍ତ୍ତ ନାବାଳିକାକୁ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ଧାରୁଆ ଅସ୍ତ୍ରରେ ତାକୁ ଆକ୍ରମଣ କରିଥିଲେ ।
ଗଞ୍ଜାମ ଶିଶୁକନ୍ୟା ହତ୍ୟା ଉଦ୍ୟମ:

ଗୋଳନ୍ଥରାର ସୋରଳ ଓଡ଼ିଆ କଲୋନୀର ବୁଦ୍ଧିଆ ବେହେରାଙ୍କ ୮ ବର୍ଷର ଶିଶୁକନ୍ୟା ଘର ବାହାରେ ଖେଳୁଥିଲା। ଏହି ସମୟରେ ଦୁଇଜଣ ଯୁବକ ଆସି ନାବାଳିକାକୁ ଉଠାଇ ନେଇ ଏକ କୋଠରୀ ଭିତରକୁ ନେଇ ତା'ର ଗଳା କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଗାଁ ଲୋକେ ଜଣେ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ସେହିପରି ଆଉଜଣେ ଯୁବକଙ୍କୁ ଧରି ତାକୁ ଏକ ଇଲେକ୍ଟ୍ରି ପୋଲରେ ବାନ୍ଧି ଦେଇଥିଲେ। ଶିଶୁକନ୍ୟାକୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତା'ର ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ଥିବା କୁହାଯାଇଛି ।
ବ୍ରହ୍ମପୁର ଏସପିଙ୍କ ସୂଚନା:

ବ୍ରହ୍ମପୁର ଏସପି ପିନାକୀ ମିଶ୍ର କହିଛନ୍ତି, ଦୁଷ୍କର୍ମ ପାଇଁ ପିଡିତା ଶିଶୁକନ୍ୟାଙ୍କୁ ପ୍ରଲୋଭିତ ନେଇଥିଲା ଦୁର୍ବୃତ୍ତ । ନାବାଳିକାର ମେଡିକାଲ୍ ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ନାବାଳିକା ଶିଶୁର ବେକ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ଶିଶୁର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ଏଥିପାଇଁ ନାବାଳିକା ଶିଶୁକନ୍ୟାର ଚିକିତ୍ସା ପାଇଁ କଟକ ପଠାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ଧରାଯାଇଛି ଏବଂ ତଦନ୍ତ ପରେ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।












Click it and Unblock the Notifications