ଲିଭ୍-ଇନ୍ ପାର୍ଟନରକୁ ପ୍ରେସର୍ କୁକରରେ ପିଟି ପିଟି ହତ୍ୟା
Bengaluru Crime News: ବେଙ୍ଗଲୁରୁର ଜଣେ ଯୁବକ ନିଜ ଲିଭ୍-ଇନ୍ ପାର୍ଟନର ଅର୍ଥାତ୍ ନିଜ ପ୍ରେମିକାକୁ ପ୍ରେସର୍ କୁକରରେ ପିଟି ପିଟି ହତ୍ୟା କରିଛି । ପାର୍ଟନର ଧୋକା ଦେଉଥିବା ସନ୍ଦେହ କରି ଯୁବକ ଜଣଙ୍କ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ।
ପୋଲିସ ସୂଚନା ଅନୁସାରେ, କେରଳର ବୈଷ୍ଣବ(29) ଏବଂ ଦେବା (24) ପ୍ରାୟ ଦୁଇ ବର୍ଷ ଧରି ବେଙ୍ଗାଲୁରୁରେ ଏକାଠି ରହୁଥିଲେ । ସେମାନେ କଲେଜରୁ ପରସ୍ପରକୁ ଜାଣିଥିଲେ ଏବଂ ବେଙ୍ଗାଲୁରୁର କୋରାମଙ୍ଗଲା ଠାରେ ଏକ ସେଲ୍ସ ଏବଂ ମାର୍କେଟିଂ ଫାର୍ମରେ କାମ କରୁଥିଲେ ।

ଶନିବାର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଲାଗିଥିଲା । ଏହି ସମୟରେ ବୈଷ୍ଣବ ଏକ ପ୍ରେସର୍ କୁକର୍ରେ ଦେବୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।
ଘଟଣା ପରେ ବୈଷ୍ଣବ ଫେରାର୍ ହୋଇ ଯାଇଥିଲା। ପୋଲିସ ତାଙ୍କୁ ଖୋଜାଖୋଜି କରି ଗିରଫ କରିଛି ।
ପୋଲିସ ଆହୁରି ମଧ୍ୟ କହିଛି ଯେ, ଉଭୟଙ୍କ ସମ୍ପର୍କକୁ ନେଇ ସେମାନଙ୍କ ଅଭିଭାବକ ଜାଣିଥିଲେ । ଏପରିକି ସେମାନେ ଏକାଠି ରହୁଥିବା କଥା ମଧ୍ୟ ଜାଣିଥିଲେ ବାପା-ମାଆ । ଦେବା ଦୀର୍ଘ ସମୟ ଧରି କଲ୍ ରିସିଭ୍ ନ କରିବାରୁ ସେମାନେ ଘଟଣା ସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ । ପୋଡଶୀ ଘଟଣାର ପର୍ଦ୍ଦାଫାସ କରିଛନ୍ତି । ପୂର୍ବରୁ ମଧ୍ୟ ଉଭୟ ଏପରି ବାରମ୍ୱାର ଝଗଡା କରୁଥିବା ନେଇ ପୁଲିସକୁ ଜଣାଇଥିଲେ ପଡୋଶୀ । ବୈଷ୍ଣବଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର












Click it and Unblock the Notifications