କଦଳୀ ଖୋଇ ଚୋର ପେଟରୁ ସୁନା ଚେନ ବାହାର କଲା ପୋଲିସ
ଚୋରଙ୍କୁ ସାବାଡ କରିବା ପାଇଁ ମଧ୍ୟ ପୋଲିସ ନୂଆ ନୂଆ ତରିକା ଆପଣାଉଛି । ଯାହାର ଏକ ଅନନ୍ୟ ଉଦାହରଣ ହେଉଛି ବେଙ୍ଗାଲୁରୁ ଏମଟି ଷ୍ଟ୍ରିଟର ସୁନା ଚେନ ଚୋରି ଘଟଣା ।
ବେଙ୍ଗାଲୁରୁ: ଚୋରି କରିବା ପାଇଁ ଚୋରମାନ ଗୋଟିଏ ପରେ ଗୋଟିଏ ନୂଆ ପଦ୍ଧତି ଆପଣଉଛନ୍ତି । ତେବେ ଚୋରଙ୍କୁ ସାବାଡ କରିବା ପାଇଁ ମଧ୍ୟ ପୋଲିସ ନୂଆ ନୂଆ ତରିକା ଆପଣାଉଛି । ଯାହାର ଏକ ଅନନ୍ୟ ଉଦାହରଣ ହେଉଛି ବେଙ୍ଗାଲୁରୁ ଏମଟି ଷ୍ଟ୍ରିଟର ସୁନା ଚେନ ଚୋରି ଘଟଣା । ସୁନା ଚେନ୍ ଚୋରି କରିଥିବା ଚୋରକୁ ଧରିବା ପାଇଁ ସ୍ଥାନୀୟ ପୋଲିସର ଏହି ଅନନ୍ୟ ଉପାୟ ଯାହା ବୋଧହୁଏ କେହି କେବେ ଶୁଣି ନଥିବେ ।

ଘଟଣାଟି ଏମିତି
ସେଣ୍ଟ୍ରାଲ ବେଙ୍ଗାଲୁରୁର ଏମଟି ଷ୍ଟ୍ରିଟରେ ହେମା ନାମକ ଜଣେ ମହିଳା ଠିଆ ହୋଇଥିଲେ । ଘଟଣା ଶନିବାର ସନ୍ଧ୍ୟାର । ରିପୋର୍ଟ ଅନୁଯାୟୀ, ସେଠାରେ ଠିଆ ହୋଇଥିବା ସେହି ମହିଳାଙ୍କଠାରୁ ସୁନା ଚେନ ଛଡେଇ ନେବାକୁ ଚେଷ୍ଟ କରିଥିଲା ଚୋରଟି । ମାତ୍ର ମହିଳା ଜଣଙ୍କ ଚୋରକୁ ସହଜରେ ଛାଡି ନଥିଲେ । କିଛି ସମୟର ଭିଡାଭିଡି ପରେ ଶେଷରେ ଚୋରଟି 70 ଗ୍ରାମର ସୁନା ଚୋରେଇ ନେବାରେ ସକ୍ଷମ ହୋଇଥିଲା । ଏହି ସମୟରେ ମହିଳା ଜଣକ ରାସ୍ତାରେ ପଡ଼ି ଉଚ୍ଚ ସ୍ୱରରେ ପାଟି କରି ସାହାଯ୍ୟ ମାଗିଥିଲେ। ପଫଳରେ ସେଠାରେ କିଛି ଲୋକ ଜମା ହୋଇ ଦୌଡ଼ି ପଳାଉଥିବା ଚୋରଟିକୁ ଧରି ପକାଇଥିଲେ ଏବଂ ତାକୁ ନିର୍ଧୁମ ଛେଚିଥିଲେ । କିନ୍ତୁ ଲୋକମାନେ ଚୋରଠାରୁ ଚୋରି ସୁନା ଉଦ୍ଧାର କରିପାରିଲେ ନାହିଁ। କାରଣ ଚୋର ଧରାଯିବା ପୂର୍ବରୁ ଚେନକୁ ଗିଳି ଦେଇଥିଲା ।
ପରେ ଲୋକମାନେ ଚୋରଟିକୁ ସ୍ଥାନୀୟ ପୋଲିସ ହାତରେ ଦେଇଥିଲେ । ଇନ୍ସପେକ୍ଟର ବି.ଜି କୁମାରସ୍ୱାମୀ ତାଙ୍କୁ ଡାକ୍ତରଖାନା ପଠାଇଥିଲେ । କାରଣ ଲୋକଙ୍କ ନିର୍ଧୁମ ଛେଚା ପରେ ଚୋରଟି ଆହତ ହୋଇଥିଲା । ତେବେ ଚୋରଟି ଚେନ୍ ଗିଳି ଦେଇଥିବା ପୋଲିସ ଜାଣି ନଥିଲା। କିନ୍ତୁ ଯେତେବେଳେ ସେ ହସ୍ପିଟାଲରେ ତାର ଏକ୍ସ-ରେ ରିପୋର୍ଟରେ ତାହା ଜଣାପଡିଲା ।
କଦଳୀ ଦ୍ବାରା ଚୋର ପେଟରୁ ବାହରିଲା ଚେନ୍
ତେବେ ପ୍ରଥମେ ବିଜୟ (ଚୋର) ଯୁକ୍ତି କରିଥିଲେ ଯେ, ଏକ୍ସ-ରେ ରିପୋର୍ଟରେ ଯାହା ଦେଖିବାକୁ ମିଳିଛି ତାହା ଚେନ୍ ନୁହେଁ ବରଂ ତାହା ହେଉଛି ହାଡ଼ । ମାତ୍ର ଚେନ କାଢିବାର ଆଶ୍ଚର୍ଯ୍ୟ ଜନକ ଉପାୟ ବାହର କରିଥିଲା ସ୍ଥାନୀୟ ପୋଲିସ । କଦଳୀରେ ଲୈକ୍ସୋଟିବ୍ ଏନିମା ମିଶାଇ ଚୋରକୁ ଖାଇବାକୁ ଦିଆଗଲା । ଏହି କଦଳୀ ଖାଇବା ଦ୍ବାରା ଚୋରଟି ବାନ୍ତି କରିଥିଲା । ଫଳରେ ତାର ବାନ୍ତିରେ କହଳୀ ସହ ଚେନ ମଧ୍ୟ ବାହରକୁ ଆସିଗଲା । ଏହା ପରେ ଚୋରଟିକୁ ଗିରଫ କରିଥିଲା ପୋଲିସ ।












Click it and Unblock the Notifications