For Quick Alerts
Turn On Notification  
For Daily Alerts
Oneindia App Download

ମକର ପର୍ବ ଦେଖି ଯାଉଥିବା ଯୁବତୀଙ୍କୁ ନଦୀ କୂଳକୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

ବାରିପଦାରେ ଜଣେ ଯୁବତୀ ମକର ପର୍ବ ଦେଖିବାକୁ ଯାଉଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ନଦୀ କୂଳକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

|

ବାରିପଦା : ଆଜି ପବିତ୍ର ମକର ସଂକ୍ରାନ୍ତିରେ ବାରିପଦାରୁ ଆସିଛି ଲଜ୍ଜାଜନକ ଘଟଣା । ଜଣେ ଯୁବତୀ ମକର ପର୍ବ ଦେଖିବାକୁ ଯାଉଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ନଦୀ କୂଳକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ସେଠାରୁ କୌଶଳ କ୍ରମେ ଖସି ଆସି ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ।
ଗଣମାଧ୍ୟମର ରିପୋର୍ଟ ମୁତାବକ, ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିଆକାପୁର ଅଞ୍ଚଳରେ ଆଜି ଭୋର ସମୟରେ ମକର ପର୍ବ ଦେଖିବାକୁ ଯୁବତୀ ଯାଉଥିଲେ ।

ବାରିପଦାରେ ଦୁଷ୍କର୍ମ

ପୀଡିତାଙ୍କୁ ତାଙ୍କର ଦୁଇ ଜଣ ପଡୋଶୀ ବଳପୂର୍ବକ ନଦୀ କୂଳକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେଠାରୁ ପୀଡିତା ଜଣଙ୍କ କୌଶଳ କ୍ରମେ ଖସି ଆସିଥିଲେ । ଘରକୁ ଫେରି ନିଜ ବଡ ଭଉଣୀଙ୍କୁ ପୁରା ଘଟଣା ବିଷୟରେ ଜଣାଇଲେ । ପରେ ଏହି ଘଟଣା ନେଇ ବାରିପଦା ଠାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୋଗକୁ ଭିତ୍ତି କରି ଏହି ଘଟଣାରେ ଜଣେ ନାବାଳକ ଓ ଅନ୍ୟ ଜଣେ ଅଭିଯୁକ୍ତ ସୋନୁ ସିଂହଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Baripada Two Accused Arrested in Gang Rape Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X