ମକର ପର୍ବ ଦେଖି ଯାଉଥିବା ଯୁବତୀଙ୍କୁ ନଦୀ କୂଳକୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

ବାରିପଦାରେ ଜଣେ ଯୁବତୀ ମକର ପର୍ବ ଦେଖିବାକୁ ଯାଉଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ନଦୀ କୂଳକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ବାରିପଦା : ଆଜି ପବିତ୍ର ମକର ସଂକ୍ରାନ୍ତିରେ ବାରିପଦାରୁ ଆସିଛି ଲଜ୍ଜାଜନକ ଘଟଣା । ଜଣେ ଯୁବତୀ ମକର ପର୍ବ ଦେଖିବାକୁ ଯାଉଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ନଦୀ କୂଳକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ସେଠାରୁ କୌଶଳ କ୍ରମେ ଖସି ଆସି ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ।
ଗଣମାଧ୍ୟମର ରିପୋର୍ଟ ମୁତାବକ, ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିଆକାପୁର ଅଞ୍ଚଳରେ ଆଜି ଭୋର ସମୟରେ ମକର ପର୍ବ ଦେଖିବାକୁ ଯୁବତୀ ଯାଉଥିଲେ ।

ବାରିପଦାରେ ଦୁଷ୍କର୍ମ

ପୀଡିତାଙ୍କୁ ତାଙ୍କର ଦୁଇ ଜଣ ପଡୋଶୀ ବଳପୂର୍ବକ ନଦୀ କୂଳକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେଠାରୁ ପୀଡିତା ଜଣଙ୍କ କୌଶଳ କ୍ରମେ ଖସି ଆସିଥିଲେ । ଘରକୁ ଫେରି ନିଜ ବଡ ଭଉଣୀଙ୍କୁ ପୁରା ଘଟଣା ବିଷୟରେ ଜଣାଇଲେ । ପରେ ଏହି ଘଟଣା ନେଇ ବାରିପଦା ଠାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୋଗକୁ ଭିତ୍ତି କରି ଏହି ଘଟଣାରେ ଜଣେ ନାବାଳକ ଓ ଅନ୍ୟ ଜଣେ ଅଭିଯୁକ୍ତ ସୋନୁ ସିଂହଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+