ବ୍ୟାଙ୍କ ଲୁଟ୍‌ ଉଦ୍ୟମ ପଣ୍ଡ: ସାଇରନ ବାଜିଲାରୁ ଛୁ ମାରିଲେ ଲୁଟେରା

Bank Robbery in Cuttack: ପଣ୍ଡ ହେଲା ବ୍ୟାଙ୍କ ଲୁଟ୍‌ ଉଦ୍ୟମ । ସାଇରନ ବାଜିଲାରୁ ଛୁ ମାରିଲେ ଲୁଟେରା । ଆଜି କଟକ ଜିଲ୍ଲା ତ୍ରିଶୁଳିଆ ବାରଙ୍ଗ ଥାନା ଫକୀର ପଡ଼ାଠାରେ ଥିବା ICICI ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ ଉଦ୍ୟମ ବିଫଳ ହୋଇଛି ।

Bank Robbery in Cuttack

ମିଳିଥିବା ସୂଚନା ଅନୁଯାୟୀ, ଆଜି ୯.୫୦ରେ ବ୍ୟାଙ୍କ ଖୋଲିଲା ବେଳେ ୩ଜଣ ଡକାୟତ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରାଣସ୍ତ୍ର ଦେଖାଇ ଲକର ଚାବି ଦେବାକୁ ଧମକାଇ ଥିଲେ । କିଛି ସମୟ ବ୍ୟାଙ୍କ ଭିତରେ ଆତଙ୍କ ମଚାଇ ଥିଲେ। ଏହି ସମୟରେ ବ୍ୟାଙ୍କରେ ଥିବା ସାଇରନ ବାଜିଥିଲା । ଡକାୟତମାନେ ସାଇରନ ବାଜିବା ଶବ୍ଦ ଶୁଣି ବ୍ୟାଙ୍କ ଛାଡ଼ି ଚମ୍ପଟ ମାରିଥିଲେ ।

ବ୍ୟାଙ୍କରେ ଲାଗିଥିବା ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି। ପୋଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+