ବଲାଙ୍ଗିର 'ହିଟ୍ ଆଣ୍ଡ ରନ୍' କେସ: ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତି ଗିରଫ
ବଲାଙ୍ଗିର ଜିଲ୍ଲା ଆରଟିଓ ଛକର ସିରିଜ୍ ଦୁର୍ଘଟଣା ଏକ ପ୍ରି ପ୍ଲାନ୍ ମର୍ଡର ଥିଲା। ଯୋଜନାବଦ୍ଧ ଭାବେ ହୋଇଥିଲା ସିରିଜ୍ ଦୁର୍ଘଟଣା । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦରୁ ହୋଇଥିଲା ମର୍ଡର ପ୍ଲଟ୍ ।
ବଲାଙ୍ଗିର: ଜିଲ୍ଲା ଆରଟିଓ ଛକର ସିରିଜ୍ ଦୁର୍ଘଟଣା ଏକ ପ୍ରି ପ୍ଲାନ୍ ମର୍ଡର ଥିଲା। ଯୋଜନାବଦ୍ଧ ଭାବେ ହୋଇଥିଲା ସିରିଜ୍ ଦୁର୍ଘଟଣା । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦରୁ ହୋଇଥିଲା ମର୍ଡର ପ୍ଲଟ୍ । ସାନୁ ନାୟକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରି ଗାଡ଼ି ମଡ଼ାଇ ଦେଇଥିଲା ଅଭିଯୁକ୍ତ ଚିତ୍ତ ମହାନ୍ତି । । ମୁଖ୍ୟ ଅଭିଯୁକ୍ତ ଚିତ୍ତ ରଞ୍ଜନ ମହାନ୍ତିକୁ ଗିରଫ୍ କଲା ଟାଉନ୍ ଥାନା ପୋଲିସ ।

ଏନେଇ ଏସପି ନୀତିନ କୁଶଲକର କହିଛନ୍ତି ଯେ, ମିନି ଟ୍ରକରେ ୨ ଜଣ ଥିଲେ। ତେବେ କିଏ ଟ୍ରକ ଚଳାଉଥିଲା, ତାର ତଦନ୍ତ ଚାଲିଛି। ହତ୍ୟା ଉଦ୍ୟମ କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ହୋଇଥିଲା। ଏଥିରେ ୩ ଜଣଙ୍କ ସମ୍ପୃକ୍ତି ଥିବାବେଳେ ଚିତ୍ତରଞ୍ଜନ ମହାନ୍ତି ହିଁ ମୁଖ୍ୟ ଅଭିଯୁକ୍ତ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୧ ତାରିଖ ଦିନ ଦ୍ୱିପ୍ରହରରେ ଆର୍ଟିଓ ଛକରେ ସିରିଜ୍ ଦୁର୍ଘଟଣା ହୋଇଥିଲା। ଦ୍ରୁତ ଗତିରେ ଏକ ମିନି ଟ୍ରକ୍ ଆସି ବାଇକ୍ ଚାଳକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାପରେ ରାସ୍ତାକଡ଼ ଗଛରେ ପିଟି ହୋଇ ଆଉ ଏକ ଟ୍ରକ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବରଗଡ ଜିଲ୍ଲାର ଶ୍ରୀକାନ୍ତ ବାଗଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ୟାଲେସ ଲାଇନର ସାନୁ ନାଏକ ଓ ଚିତ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି।
ସିସିଟିଭି ଫୁଟେଜରେ ଦୁର୍ଘଟଣାର ପୂରା ଚିତ୍ର ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ କରୁଛି । IPC ୩୦୨,୩୦୭, ୧୨୦(ବି)ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି।












Click it and Unblock the Notifications