ସୁବର୍ଣ୍ଣପୁର ଡାକ୍ତରଖାନାରେ ଶିଶୁ ଅଦଳ-ବଦଳ ଅଭିଯୋଗ: ପ୍ରଥମେ କହିଥିଲେ ପୁଅ, ପରେ କହିଲେ ଝିଅ ହୋଇଛି
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ଅଦଳ ବଦଳ ଅଭିଯୋଗ । ପ୍ରଥମେ କହିଥିଲେ ପୁଅ, ପରେ କହିଲେ ଝିଅ ହୋଇଛି...
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ଅଦଳ ବଦଳ ଅଭିଯୋଗ । ସୋମବାର ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କର ପତ୍ନୀ ବିନିତାଙ୍କୁ ଡେଲିଭରୀ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ବିନିତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି ବୋଲି ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ମଚାରୀମାନେ ବିଶିକେଶନଙ୍କୁ ଜଣାଇଥିଲେ । କିଛି ସମୟ ପରେ ପୁଣି ତାଙ୍କର ପୁଅ ନୁହେଁ ବରଂ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ବୋଲି କହିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଡାକ୍ତରଖାନାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ପ୍ରଥମେ ପୁଅ, ପରେ ଝିଅ ଜନ୍ମ ହୋଇଥିବା ନେଇ ସୂଚନାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବିଶିକେଶନ ଓ ବିନିତା । ଡାକ୍ତରଖାନାରେ ଶିଶୁ ଅଦଳବଦଳ କରାଯାଇଥିବା ଅଭିଯୋଗ କରିଛନ୍ତି ଶିଶୁର ବାପା-ମା । ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ସେ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ପୂର୍ବରୁ ମଧ୍ୟ ସମାନ ପ୍ରକାର ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲା ସୁବର୍ଣ୍ଣପୁର ହସ୍ପିଟାଲ । ଶିଶୁକନ୍ୟା ଚୋରି ମାମଲାରେ ବାପା ଓ ଆଈ ଗିରଫ ହୋଇଥିଲେ ।












Click it and Unblock the Notifications