WhatsApp ୟୁଜର ସମାଧାନ! +92 ନମ୍ବରରୁ ଆଶୁଛି କି କଲ୍, ପଡିପାରନ୍ତି ସ୍କାମର୍
Bhubaneswar News: +92 ନମ୍ବରରୁ ଆଶୁଛି କି କଲ, ପଡିପାରନ୍ତି ସ୍କାମରେ । ସତର୍କ ସୂଚନା ଜାରି କଲା କମିଶନରେଟ୍ ପୋଲିସ । ଯଦି ଆପଣଙ୍କୁ ମଧ୍ୟ +2ଥିବା ନମ୍ବରରୁ ଫୋନ ଆସୁଛି ତେବେ ସତର୍କ ରୁହନ୍ତୁ ଏବଂ ଏପରି କଲଠୁ ଦୂରେଇ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପୋଲିସ । ଏହା ଏକ ପ୍ରକାରର ସ୍କାମ ଯେଉଁଥିରେ ମିଥ୍ୟା ତଥ୍ୟ ଦିଆଯାଇ ସାଇବର ଅପରାଧୀ ମାନେ ଟଙ୍କା ଲୁଟୁଛନ୍ତି ।

ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପାକିସ୍ତାନ ନମ୍ବରରୁ କଲ୍ କରି ନିଜକୁ ପୋଲିସ ଅଫିସର ଭାବେ ପରିଚୟ ଦେଇ ଟଙ୍କା ଲୁଟୁଛନ୍ତି ସାଇବର ଅପରାଧି ।
+92 ନମ୍ବର ଥିବା WhatsApp କଲ୍ ଠାରୁ ଦୂରେଇ ରୁହନ୍ତୁ !
— Odisha Police (@odisha_police) May 16, 2024
ଅପରାଧୀମାନେ ଏବେ ଟଙ୍କା ଆଦାୟ କରିବା ପାଇଁ, WhatsApp କଲ କରିଵା ସହ ପୋଲିସ ଅଧିକାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି,ଟଙ୍କା ଲୁଟିବା ପାଇଁ ନୂତନ କୌଶଳ ବ୍ୟବହାର କରୁଛନ୍ତି।
ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ । pic.twitter.com/Y2DMADJx9o
ଆଜି ଏକ୍ସରେ ଏକ ପୋଷ୍ଟ ସେୟାର କରି ଓଡ଼ିଶା ପୋଲିସ ସୂଚନା ଦେଇ ଲେଖିଛି, +92 ନମ୍ବର ଥିବା WhatsApp କଲ୍ ଠାରୁ ଦୂରେଇ ରୁହନ୍ତୁ ! ଅପରାଧୀମାନେ ଏବେ ଟଙ୍କା ଆଦାୟ କରିବା ପାଇଁ, WhatsApp କଲ କରିଵା ସହ ପୋଲିସ ଅଧିକାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି,ଟଙ୍କା ମାଗୁଛନ୍ତି । ଟଙ୍କା ଲୁଟିବାର ଏହା ନୂଆ କୌଶଳ ।












Click it and Unblock the Notifications