ଗୁଜରାଟର 100 ସ୍ଥାନରେ ଏଟିଏସର ଚଢାଉ, 65 ଗିରଫ
ଗୁଜରାଟର 100 ସ୍ଥାନରେ ଏଟିଏସର ଚଢାଉ। 65 ଜଣଙ୍କୁ ଗିରଫ କରାଯାଇଛି ।
ଗାନ୍ଧୀନଗର: ଗୁଜୁରାଟରେ ନିର୍ବାଚନୀ ଉଷ୍ମତା ଭିତରେ ଅନେକ ସ୍ଥାନରେ ହୋଇଛି ଏଟିଏସ ଚଢାଉ। ଗୁଜୁରାଟରେ ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନରେ ଏଟିଏସ ରାଜ୍ୟର 100 ଟି ସ୍ଥାନରେ ଚଢାଉ କରିଛି। ଯେଉଁଥିରେ 65 ଜଣଙ୍କୁ ଗିରଫ କରାଯାଇଛି।

ଗୁଜରାଟ ଏଟିଏସ ଦେଶ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ପ୍ରମୁଖ ପଦକ୍ଷେପ ନେଇଛି। ନଭେମ୍ବର 11-12 ରାତିରେ ଗୁଜୁରାଟ ଏଟିଏସ ରାଜ୍ୟର 13ଟି ଜିଲ୍ଲାର 100ଟି ସ୍ଥାନରେ ଚଢାଉ କରିଥିଲା । ଏହି କାର୍ଯ୍ୟରେ ଗୁଜୁରାଟ ଏଟିଏସ ଦ୍ୱାରା 65 ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଅହମ୍ମଦାବାଦ, ଭାରୁଚ, ସୁରଟ, ଭାବନଗର ଏବଂ ଜାମନଗରରେ ବର୍ତ୍ତମାନ ମଧ୍ୟ ଚଢାଉ ଚାଲିଛି। ନକଲି ବିଲ୍ ନାମରେ କୋଟି କୋଟି ଟଙ୍କାର ହେରଫେର ମାମଲାରେ ଏଜେନ୍ସି ଚଢାଉ କରିଛି।
ତଦନ୍ତ ପରେ 2 ଜଣ ବ୍ୟକ୍ତି ରାଜ୍ୟରେ ଜିଏସଟି ଚୋରିର ଏକ ବଡ ରାକେଟ ଚଳାଉଥିବା ଜଣା ପଡିଛି । ତେବେ ଏହି ଦୁଇ ଜଣଙ୍କ ଉପରେ ଅନେକ ଦିନରୁ ଜିଏସଟି ଏବଂ ଏଟିଏସସ ନଜର ରଖିଥିଲା ।












Click it and Unblock the Notifications