ଏଟିଏମରେ ଡିଭାଇସ୍ ଖଂଜି ଲୁଟୁଥିଲେ, ନାଟକୀୟ ଢ଼ଙ୍ଗରେ ଧରାପଡିଲେ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଅଭିନବ ଢ଼ଙ୍ଗରେ କରୁଥିଲେ ଏଟିଏମ୍ ଲୁଟ୍ । ବାରମ୍ବାର ଲୁଟ୍ କରି ଛାଡିଯାଉଥିଲେ ସିସିଟିଭି ଫୁଟେଜ୍ । ହେଲେ ଟେର୍ ପାଉନଥିଲା ପୁଲିସ୍ । କଟକ, ପୁରୀ ଏବଂ ଭୁବନେଶ୍ୱରରେ ଏଟିଏମ୍ରେ ଏକ ସ୍ୱତନ୍ତ୍ର ଡିଭାଇସ୍ ଖଂଜି ଲୁଟୁଥିଲେ ଗ୍ରାହକଙ୍କ ଟଙ୍କା । ଏଭଳି ଏକ ଅନ୍ତଃରାଜ୍ୟ ହାଇଟେକ୍ ଲୁଟେରା ଦଳକୁ କାବୁ କରିଛି ଏଟିଏମ୍ ସର୍ଭେଲାନ୍ସ ଟିମ୍ ବା ଟିଏସ୍ଆଇ । ଭୁବନେଶ୍ୱର ବଢେ଼ଇବାଙ୍କ ଛକରେ ଥିବା ଏକ ଏଟିଏମ୍ରେ ଡିଭାଇସ୍ ଖଂଜି ଲୁଟ୍ ପାଇଁ ସଜ ହେଉଥିବା ବେଳେ ଲୁଟେରା ଗ୍ୟାଙ୍ଗ୍ର ଦୁଇଜଣ ନାଟକୀୟ ଢ଼ଙ୍ଗରେ ଧରା ପଡିଛନ୍ତି । ତେବେ, ଭିଡ ମଧ୍ୟରେ ଅନ୍ୟଦୁଇ ଜଣ ଲୁଟେରା ଚକ୍ମା ଦେଇ ଖସି ଯାଇଛନ୍ତି ।

ବ୍ଯାଙ୍କ ଏଟିଏମ

କେମିତି ଲୁଟୁଥିଲେ ଟଙ୍କା:
ଏହି ଲୁଟେରାମାନେ ଅଭିନବ ଉପାୟରେ ଲୁଟ୍ କରୁଥିଲେ । ଏଟିଏମ୍ରେ ଗ୍ରାହକ ନଥିବା ବେଳେ ଏମାନେ ଏଟିଏମ୍ରେ ପଶି ମେସିନ୍ରୁ ଟଙ୍କା ବାହାରୁଥିବା ଅଂଶକୁ କଟର୍ ସାହାଯ୍ୟରେ କାଟି ଦେଉଥିଲେ । ତା'ପରେ ଅବିକଳ ସେହି ଭଳି ଦେଖାଯାଉଥିବା ଏକ ଡିଭାଇସ୍ ଖଂଜି ଦେଉଥିଲେ ଉକ୍ତ ଖାଲି ସ୍ଥାନରେ । ଡିଭାଇସ୍ଟି ଏକ ପତଳା ବାକ୍ସ ଭଳି । ଏହା ଖଂଜି ଦେବା ପରେ ଲୁଟେରା ମାନେ ଉକ୍ତ ଏଟିଏମ୍ ଛାଡି ପଳାଇ ଯାନ୍ତି । ଏହି ଡିଭାଇସ୍କୁ ଏଭଳି ଖଂଜିଦେଉଥିଲେ ଯାହା ସହଜରେ କୌଣସି ଗ୍ରାହକ ଟେର୍ ପାଇବେ ନାହିଁ । ପରେ ଯେତେବେଳେ କୌଣସି ଗ୍ରାହକ ଉକ୍ତ ଏଟିଏମ୍ରେ ଟଙ୍କା ଉଠାଣ ପାଇଁ ଆସନ୍ତି, ମେସେଜ୍ ଆସେ, ଟଙ୍କା ଉଠିବା ସାଉଣ୍ଡ୍ ଶୁଣାଯାଏ, ହେଲେ ଟଙ୍କା ମିଳେ ନାହିଁ । ବିଚରା ଗ୍ରାହକ ମେସିନ୍ରେ କିଛି ସମସ୍ୟା ଅଛି ବୋଲି ଭାବି ବ୍ୟାଙ୍କରେ ଅଭିଯୋଗ କରେ । ତେବେ ବ୍ୟାଙ୍କ୍ କର୍ମଚାରୀ ଏସମ୍ବନ୍ଧରେ ଜାଣିବା ବେଳକୁ ଲୁଟେରା ବାକ୍ସ ଧରି ଚମ୍ପଟ ମାରିଥାନ୍ତି ।

ଲୁଟେରାଙ୍କୁ ଧରିବା ଏଥିପାଇଁ ସହଜ ନଥିଲା:
ଲୁଟେରା ମାନେ ଗୋଟିଏ ଏଟିଏମ୍କୁ ଟାର୍ଗେଟ୍ କରି ଟଙ୍କା ଲୁଟ୍ କରିବାରେ ସଫଳ ହୋଇଯିବା ପରେ ସଂପୃକ୍ତ ସ୍ଥାନ ଏବଂ ଏପରିକି ଉକ୍ତ ସହର ଛାଡି ପଳାଇ ଯାନ୍ତି । ଯଦିଓ ସିସିଟିଭି ଫୁଟେଜ୍ରେ ସେମାନଙ୍କ କାରନାମା ରେକର୍ଡ ହୋଇଥାଏ, ତେବେ ପୁଲିସ୍ ସେମାନଙ୍କୁ ଧରିବାକୁ ଟେର୍ ପାଏନାହିଁ । ଟିଏସ୍ଆଇ ସର୍ଭେଲାନ୍ସ ଦଳ ବିଭିନ୍ନ ଏଟିଏମ୍ଗୁଡିକର ସିସିଟିଭି ମନିଟରିଂ କରିବା ପରେ ଏନେଇ ପୁଲିସ୍କୁ ସୂଚନା ଦେଇଛି । କାରଣ ଅନୁରୁପ ଭାବରେ ଦେଶର ଅନ୍ୟାନ୍ୟ ସହରରେ ସର୍ଭେଲାନ୍ସ ଦଳର ଇନ୍ପୁଟ୍ ଗ୍ରହଣ କରି ପୁଲିସ୍ ଏହିଭଳି କେତେକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଂଗ୍କୁ ଗିରଫ କରିଛି । ହେଲେ ଓଡିଶାରେ ପୁଲିସ୍ର ଆବଶ୍ୟକ ମୁତାବକ ସହଯୋଗ ନ ଥିବା ଯୋଗୁ ଏହି ଗ୍ୟାଂଗ୍ ଗୋଟିଏ ପରେ ଗୋଟିଏ କାରନାମା କରି ଚାଲିଥିଲେ ।

ଏଟିଏମ ଲୁଟେରା

ଟିଏସ୍ଆଇ କ'ଣ କରିଥାଏ?
ଏଟିଏସ୍ ବା ଏଟିଏମ୍ ସର୍ଭେଲାନ୍ସ ଟ୍ରାନ୍ଜେକ୍ସନ ସିଷ୍ଟମ୍ ପ୍ରାଇଭେଟ୍ ଲିମିଟେଡର କାମ ହେଉଛି ଏଟିଏମ୍ଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜ୍ ଜରିଆରେ ମନିଟରିଙ୍ଗ୍ କରିବା । ଏହାକୁ ଇ-ସର୍ଭେଲାନ୍ସ କୁହାଯାଏ । ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ ତଥା ପୁଣେରେ ରହିଛି। ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସହରରେ ମଧ୍ୟ ଏହାର କାର୍ଯ୍ୟାଳୟ ଗୁଡ଼ିକ ରହିଛି ।

ଲୁଟେରା ଦଳ ଧରା କେମିତି ପଡିଲେ ?

ଏହି ଲୁଟେରା ଦଳ ଗତ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ସହରରେ ଗୋଟିଏ ପରେ ଗୋଟିଏ ଲୁଟ୍ କରି ବ୍ୟାଙ୍କ ତଥା ପୁଲିସ୍କୁ ନାକେଦମ୍ କରିଚାଲିଥିଲେ । ଦୀଲ୍ଲୀର ଟିଏସ୍ଆଇ ଟିମ୍ ଏହି ଗ୍ୟାଙ୍ଗ୍କୁ ଧରିବା ପାଇଁ ବିଛାଇଥିଲା ଜାଲ । ତେବେ ପୁଲିସ୍ର ସହଯୋଗ ଅଭାବରୁ ଏମାନଙ୍କୁ ଧରିବା ସହଜ ହୋଇପାରୁ ନଥିଲା । ରାଜଧାନୀରେ ଧରାପଡ଼ିବା ପୂର୍ବରୁ କଟକରେ ଏହି ଗ୍ୟାଙ୍ଗ୍ର ଲୁଟ୍ପାଟ ଯୋଗୁଁ ଏକାଧିକ ଠକେଇ ଅଭିଯୋଗ ଆସିଥିଲା । ଏନେଇ ଟିଏସ୍ଆଇ ପକ୍ଷରୁ ଓଡ଼ିଶାରେ ଏହି ଲୁଟେରା ଗ୍ୟାଙ୍ଗ୍ ସକ୍ରୀୟ ଥିବା ଜାଣିପାରି ଭୁବନେଶ୍ୱର ଟିଏସ୍ଆଇ ଟିମ୍କୁ ସତର୍କ କରାଇଥିଲା । କଟକ ପରେ ପୁରୀରୁ ବି ଆସିଥିଲା ଲୁଟ୍ ଅଭିଯୋଗ । ତେବେ ଦୀଲ୍ଲୀର ଟିଏସ୍ଆଇ ଟିମ୍ ଭୁବନେଶ୍ୱର ଟିମ୍କୁ ସତର୍କ କରାଇଦେଇଥିଲା ଯେ, ଏହି ଗ୍ୟାଙ୍ଗ୍ର ନଜର ଏବେ ରାଜଧାନୀର ଏଟିଏମରେ ପଡ଼ିଛି ବୋଲି । ଗ୍ୟାଙ୍ଗ୍ ଭୁବନେଶ୍ୱରେ ଆଡ୍ଡା ଜମାଇଛି ଏବଂ ଏଥିପାଇଁ ସତର୍କ ରହିବାକୁ କହିଥିଲା ଦୀଲ୍ଲୀ ଏଟିଏସ୍ ।

ଏହା ଫଳରେ ଭୁବନେଶ୍ୱରର ୩ ଜଣିଆ ଏଟିଏସ୍ ଟିମ୍ ସମ୍ପୂର୍ଣ୍ଣ ସଜାଗ ହୋଇ ରହିଥିଲେ । ଗତକାଲି ସକାଳୁ ପୁରୁଣା ଭୁବନେଶ୍ୱର ବଢେ଼ଇବାଙ୍କ ଛକରେ ଥିବା ଏକ ଏଟିଏମ୍ରେ ଲୁଟେରାମାନେ ଆରମ୍ଭ କରିଦେଇଥିଲେ ଅପରେସନ୍ । ପୂର୍ବରୁ ସୂଚନା ପାଇଥିବା ଟିଏସ୍ଆଇ ସଦସ୍ୟମାନେ ସାଦା ପୋଷାକରେ ସଂପୃକ୍ତ ଅଂଚଳରେ ରହିଥିଲେ । ଏକ ନାଲି ରଙ୍ଗର କାର୍ରେ ଦୁଇଜଣ ଲୁଟେରା ଉକ୍ତ ଏଟିଏମ୍ ମଧ୍ୟକୁ ପ୍ରବେଶ କରିଥିଲେ। ଦୁଇଜଣଙ୍କ କାର୍ଯ୍ୟରେ ସନେ୍ଦହ କରି ସେମାନେ ଏଟିଏମ୍ ବାହାରୁ ସଟର୍ ପକାଇ ଦେଇଥିଲେ । କାର୍ରେ ଥିବା ଦୁଇ ସହଯୋଗୀ ଅତର୍କିତ ଆକ୍ରମଣ କରିବା ଆଶଙ୍କାରେ ଟିଏସ୍ଆଇ ଦଳର ସଦସ୍ୟମାନେ ଚୋର ଚୋର ବୋଲି ବଡ଼ ପାଟିରେ ଡାକିଥିଲେ। ପାଟି ଶୁଣି ଆଖପାଖ ଲୋକ ସେଠାରେ ଜମା ହୋଇ ପୁଲସ୍କୁ ଖବର ଦେଇଥିଲେ । ତେବେ ଏତିକିବେଳେ ସହଯୋଗୀ ଦୁଇ ଲୁଟେରା କାର୍ ନେଇ ସେହି ଅଂଚଳକୁ ଚମ୍ପଟ୍ ମାରି୍ଥିଲେ ।

ଲୁଟେରା ଜଣାଇଲେ କେଉଁ କେଉଁ ସ୍ଥାନରେ ଲୁଟିଥିଲେ ଏଟିଏମ୍
ଭୁବନେଶ୍ୱରର କଳ୍ପନା ଛକର ଦୁଇଟି ଏଟଏମ୍, ଆଚାର୍ଯ୍ୟବିହାର, ଲକ୍ଷ୍ମୀନଗର ଏବଂ ପୁରୁଣା ଭୁବନେଶ୍ୱରର ରଥଗଡ଼ା ଓ ବଢେ଼ଇବାଙ୍କ ଛକର ଏଟିଏମ୍ରୁ ସେମାନେ ଲୁଟିଥିଲେ । ସେହିଭଳି ପୁରୀରେ ୬ଟା ଏଟିଏମ୍ ଏବଂ କଟକର ୭ଟି ଏଟିଏମ୍ରୁ ଗ୍ରାହକଙ୍କ ଟଙ୍କା ହଡ଼ପ କରିଛନ୍ତି ଏହି ଅନ୍ତଃରାଜ୍ୟ ଲୁଟେରା ଦଳ । ପୁରୀର ସିଂହଦ୍ୱାର ଥାନା ଅଧୀନରେ ଦୁଇଟି ଏବଂ ପିପିଲି ଅଂଚଳରେ ୪ଟି ଏଟିଏମ୍ରୁ ଲୁଟ୍ କରିଛନ୍ତି ଟଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+