Get Updates
Get notified of breaking news, exclusive insights, and must-see stories!

ଅତିକ ଓ ଅଶରଫଙ୍କୁ ହତ୍ୟା ଘଟଣା: ୩ ଯୁବକଙ୍କ ସମ୍ପର୍କରେ ପୋଲିସ ଦେଲା ସୂଚନା

ଉତ୍ତର ପ୍ରଦେଶ: ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା ଘଟଣା । ୩ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲା ଉତ୍ତର ପ୍ରଦେଶ ପ ରୟାଗରାଜର ପୋଲିସ । ପୋଲିସ ଦେଇଥିବା ସୂଚନା ଅନୁସାରେ, ୩ ଜଣ ଯୁବକ ହେଲେ ଲବରେଶ ତିୱାରୀ, ସନ୍ନି ସିଂହ ଓ ଅରୁଣ ମୌର୍ଯ୍ୟା ।

ଏହି ତିନି ଜଣଙ୍କ ନାଁରେ ପୂର୍ବରୁ ହିଁ ଅପରାଧିକ ମାମଲା ରହିଛି । ଲବରେଶ ତିୱାରୀ ନାମକ ବ୍ୟକ୍ତି ପୂର୍ବରୁ ହିଁ ଜେଲରେ ଦଣ୍ତ କାଟିସାରିଛି । ସନ୍ନି ସିଂହ ନାଁରେ ରହିଛି ୧୪ଟି ମାମଲା ରହିଥିବା ବେଳେ ଅରୁଣ ମୌର୍ଯ୍ୟ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ତରେ ପୂର୍ବରୁ ସଂପୃକ୍ତ ଅଛି ।

atiq ahmed

ତିନି ଅଭିଯୁକ୍ତଙ୍କ ପରିବାରଙ୍କ ତରଫରୁ ମିଳିଥିଲା ସୂଚନା ଅନୁସାରେ, ପରିବାର ସହିତ ଏମାନଙ୍କର କୌଣସି ପ୍ରକାର ସମ୍ପର୍କ ନଥିଲା । ଲବରେଶ ତିୱାରୀ ଉତ୍ତର ପ୍ରଦେଶର ବାସିନ୍ଦା । ସେ ସପ୍ତାହେ ତଳେ ନିଜ ଘରକୁ ଯାଇଥିବା ନେଇ ସୂଚନା ଦେଇଛନ୍ତି ଲବରେଶର ପିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଘରେ ରହେ ନାହିଁ । ପରିବାର ସହ ତାର କୌଣସି ସମ୍ପର୍କ ନାହିଁ । ଅନେକ ବର୍ଷ ହୋଇ ଗଲାଣି ଆମେ ତା ସହ କିଛି କଥା ବି ହେଉ ନାହିଁ । ସେ ପ୍ରାୟ ନିଶାରେ ରୁହେ । ତା କଥାରେ ଆମର କିଛି ସଂପୃକ୍ତି ନାହିଁ ।

ଅନ୍ୟପଟେ ଅଭିଯୁକ୍ତ ସନ୍ନର ମା ଓ ଭାଇ କହିଛନ୍ତି, ୫ ବର୍ଷରୁ ଅଧିକ ସମୟ ହେଲା ସେ ଘରକୁ ଆସି ନାହିଁ । ସେ ତା ନିଜ ଭାଗର ଜମିକୁ ବିକ୍ରି କରି ଘର ଛାଡି ଦେଇଛି । ଏବେ ଯେଉଁ ଘଟଣା ଘଟିଯାଇଛି ତାହା ବିଷୟରେ ଆମେ କିଛି ଜାଣି ନାହୁଁ । ସେହିପରି ତୃତୀୟ ଅଭିଯୁକ୍ତ ଅରୁଣ ପିଲାଦିନକୁ ହିଁ ଘର ଛାଡି ଦେଇଛି । ସେ ଦିଲ୍ଲୀରେ ଏକ ଫ୍ୟାକ୍ଟ୍ରିରେ କାମ କରେ । ତାର ମଧ୍ୟ ଘର ଲୋକଙ୍କ ସହ କୌଣସି ସମ୍ପର୍କ ନଥିଲା ।

ସେପଟେ, ଏହି ଅପରାଧିକ ମାମଲା ପାଇଁ ଉତ୍ତର ପ୍ରଦେଶ ପୋଲିସ ଓ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବା ପାଇଁ ପଡିଛି । ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦେଇଥିବା ବେଳେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଷ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+