ଅତିକ ଅହମଦ ହତ୍ୟା ମାମଲା:ଆଜି ହେବ ପୋଷ୍ଟମର୍ଟମ, ସମସ୍ତ ପ୍ରକ୍ରିୟାର କରାଯିବ ଭିଡିଓଗ୍ରାଫି
Atiq Ahmed Murder Case:ରବିବାର ଦିନ ଅର୍ଥାତ ଆଜି ଗ୍ୟାଙ୍ଗଷ୍ଟାର୍ ଅତିକ ଅହମଦ ଏବଂ ତା ଭାଇ ଅଶରଫ ଅହମଦର ପୋଷ୍ଟମର୍ଟମ କରାଯିବ। ପ୍ରୟାଗରାଜରେ ଉଭୟଙ୍କ ପୋଷ୍ଟମର୍ଟମ ପାଇଁ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ, ପୁରା ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯିବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟମର୍ଟମ କରାଯିବାର ସମୟ ବିଷୟୟରେ କୌଣସି ସୂଚନା ଦିଆଯାଇ ନାହିଁ ।
ଶନିବାର ରାତିରେ ଅତିକ ଅହମଦ ଏବଂ ତା ଭାଇ ଅଶରଫ ଅହମଦକୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ କଲେଜକୁ ନେଇ ଯାଉଥିଲା ବେଳେ ଉଭୟଙ୍କ ଉପରେ କିଛି ଯୁବକ ଗୁଳି କରି ହତ୍ୟା କରିଥିଲେ ।

ବର୍ତ୍ତମାନ ଏହି ଦୁଇଜଣଙ୍କ ପୋଷ୍ଟମର୍ଟମ ରବିବାର ଦିନ କରାଯିବ। ଉଭୟଙ୍କ ପୋଷ୍ଟମର୍ଟମ ସମୟରେ ଭିଡିଓଗ୍ରାଫି ମଧ୍ୟ କରାଯିବା ନେଇ ସୂଚନା ରହିଛି । ଉଭୟଙ୍କ ପୋଷ୍ଟମର୍ଟମ ପ୍ରୟାଗରାଜର ସ୍ୱରୁପରାନି ହସ୍ପିଟାଲରେ କରାଯିବ। ପୋଷ୍ଟ ମର୍ଟମ ତିନିଜଣ ଡାକ୍ତରଙ୍କର ଏକ ଟିମ୍ କରିବ ।
ତିନିଜଣ ଗିରଫ
ଅତିକ ଅହମଦ ଏବଂ ତା ଭାଇ ଅଶରଫଙ୍କୁ ହତ୍ୟା କରିଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଉଥିବା ବେଳେ ହତ୍ୟା କରାଯାଇଥିଲା । ସାମ୍ବାଦିକମାନେ ଅତିକ୍ ଅହମଦକୁ ପ୍ରଶ୍ନ ପଚାରୁଥିବା ସମୟରେ ତିନିଜଣ ଯୁବକ ଅତିକ ଏବଂ ଅଶରଫ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications